ଜମ୍ମୁକାଶ୍ମୀର କୁଲଗାମ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କବାଦୀ ମୃତ

ଜମ୍ମୁକାଶ୍ମୀର ୨୧|୧୦: କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । କୁଲଗାମ୍ ଜିଲ୍ଲାର ଲାରୋରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜଣେ କିମ୍ବା ଦୁଇ ଜଣ ଆତଙ୍କୀ ଏକ ଘରେ ଲୁଚି ଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳକୁ ସିଲ୍ କରି ଯାଞ୍ଚ କରୁଛନ୍ତି ସୁରକ୍ଷାବହିନୀ ଯବାନ । ଦୁଇଦିନ ତଳେ ବାରମୂଳା ଜିଲ୍ଲାରେ  ଦୁଇ ଆତଙ୍କବାଦୀଙ୍କୁ ମାରିବା ସହିତ ସେମାନଙ୍କ ଠାରୁ ଏକେ-୪୭ ଓ ଗ୍ରେନେଡ ଲଞ୍ଚର ଜବତ କରିଥିଲେ ସୁରକ୍ଷା କର୍ମୀ । ପ୍ରଥମେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଆତଙ୍କୀ । ଫଳରେ ଆତଙ୍କୀଙ୍କୁ ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।



from News7 https://ift.tt/2Pf3H6s
ଜମ୍ମୁକାଶ୍ମୀର କୁଲଗାମ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କବାଦୀ ମୃତ ଜମ୍ମୁକାଶ୍ମୀର କୁଲଗାମ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କବାଦୀ ମୃତ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.