ରାୟଗଡ଼ା: କେବେ ସରିବ ଏ ଦୁଃଖ ? କେତେ ଦିନ ପର୍ଯ୍ୟନ୍ତ ଖଟିଆରେ ବୁହା ହେଉଥିବେ ରୋଗୀ ଓ ଗର୍ଭବତୀ। ଏବେ ପୁଣି ଜଣେ ଗର୍ଭବତୀ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯିବା ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଜଣେ ଗର୍ଭବତୀଙ୍କୁ ଖଟରେ ବୁହାଇ ଡାକ୍ତରଖାନା ନେଇଛନ୍ତି ତାଙ୍କ ପରିବାର ଲୋକେ।
ଡିମିରିଗୁଡ଼ା ପଞ୍ଚାୟତ କଟାଙ୍ଗ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ୭କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ପରିବାର ଲୋକେ। ଗର୍ଭ ଯନ୍ତ୍ରଣା ହେବାରୁ ଏଏନ୍ଏମ୍ ଓ ଆଶା ଦିଦି ମେଡିକାଲ୍ ନେବାକୁ ପରାମର୍ଶ ଦେଇଥିଲେ।
ଏହାପରେ ଗର୍ଭବତୀଙ୍କୁ ଏଭଳି ସ୍ଥିତିରେ ଆମ୍ବାଦଳା ଡାକ୍ତରଖାନାକୁ ଆଣାଯାଇଥିଲା। ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।
from OTV Khabar. https://ift.tt/2MzM4wy
ପୁଣି ଖଟିଆ ଆମ୍ବୁଲାନ୍ସରେ ବୁହାହେଲେ ଗର୍ଭବତୀ OTV KHABAR BUREAU
Reviewed by SUBHENDU BARAL
on
August 01, 2019
Rating:
No comments: