ଭାରତୀୟ କ୍ରିକେଟ ଦଳର ଏହି ଚାରିଜଣ ଚେହେରା ମଦ ନାଁ ଶୁଣିଲେ ଘୃଣା କରନ୍ତି; ଜାଣନ୍ତୁ ସେମାନେ କିଏ?

ନୂଆଦିଲ୍ଲୀ ୦୪/୦୩ : ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ପାର୍ଟି କରିବା ସମୟରେ ମଦ ପିଇ ଉତ୍ସବ ପାଳନ କରିବା ଏକ ପୁରୁଣା ପରମ୍ପରା । ଅନେକ ଭାରତୀୟ କ୍ରିକେଟରମାନଙ୍କୁ ମଦ ପିଇବା ପସନ୍ଦ। ଭାରତୀୟ କ୍ରିକେଟ ଦଳରେ ଏପରି ଚାରିଜଣ କ୍ରକେଟର ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ମଦ ଛୁଇଁ ନାହାନ୍ତି । ସେହି ଚାରି ଜଣ କ୍ରିକେଟ ଖେଳାଳୀ ମଦ ନାଁ ଶୁଣିଲେ ମଧ୍ୟ ଘୃଣା କରନ୍ତି । ଭାରତୀୟ ଦଳର ଏହି ଚାରିଜଣ ଖେଳାଳୀ ନିଶା ସେବନ ଠାରୁ ବହୁତ ଦୁରରେ ରହନ୍ତି । ଆସନ୍ତୁ ଜାଣିବା ଏହି ଚାରିଜଣ କ୍ରିକେଟ ଖେଳାଳୀଙ୍କ ବିଷୟରେ ଯେଉଁମାନେ ମଦ ପିଅନ୍ତି ନାହିଁ ।

ଭୁବନେଶ୍ୱର କୁମାର:~ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଭୁବନେଶ୍ୱର କୁମାର ଏବେ କ୍ରିକେଟ ଦଳର ମହତ୍ୱ ପୂର୍ଣ୍ଣ ଖେଳୀଳୀଙ୍କ ମଧ୍ୟରୁ ଅନ୍ୟତମ। ସୂଚନା ଥାଉକି ଭୁବନେଶ୍ୱର କୁମାର ଭାରତୀୟ ଦଳ ପାଇଁ ୨୧ଟି ଚେଷ୍ଟ ମ୍ୟାଚ, ୧୧୯ଟି ୱାନଡେ ମ୍ୟାଚ ଓ ୫୫ଟି ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଛନ୍ତି । ସେ ଖେଳିଥିବା ୨୧ଟି ଟେଷ୍ଟ ମ୍ୟାଚରେ ମୋଟ ୬୩ଟି ୱିକେଟ ହାସଲ କରିଛନ୍ତି । ସେହିପରି ୧୧୯ଟି ୱାନଡେ ମ୍ୟାଚରେ ୧୪୧ ୱିକେଟ ଓ ୫୫ଟି ଟି-ଟ୍ୱେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୫୩ଟି ୱିକେଟ ହାସଲ କରିଛନ୍ତି । ଭୁବନେଶ୍ବର କୁମାର ଜଣେ ନିର୍ମଳ ସ୍ୱଚ୍ଛ ଚରିତ୍ରର କ୍ରିକେଟର ଅଟନ୍ତି । ସେ ଉଭୟ ବାମ ଓ ଡାହାଣ ହାତରେ ବୋଲିଙ୍ଗ କରନ୍ତି । ତାଙ୍କର ଉତ୍ତମ ଖେଳ ପ୍ରଦର୍ଶନ ଦ୍ୱାରା ଭାରତୀୟ କ୍ରିକେଟ ଦଳ ଅନେକ ମ୍ୟାଚ ଜିତିଛି । ସେ କେବେବି ମଦ ପିଅନ୍ତି ନାହିଁ। ଏହାଛଡ଼ା ଭୁବନେଶ୍ୱର ଧୂମପାନ ମଧ୍ୟ କରନ୍ତି ନାହିଁ।

ରାହୁଲ ଦ୍ରାବିଡ:~ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳରେ ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ । ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ରାହୁଲ ଦ୍ରାବିଡ଼ ଭାରତୀୟ ଦଳ ପାଇଁ ୧୬୪ଟି ଟେଷ୍ଟ ମ୍ୟାଚରେ ୧୩,୨୮୮ଟି ରନ ସଂଗ୍ରହ କରିଛନ୍ତି । ଏହାସହ ସେ ଖେଳିଥିବା ୩୪୪ଟି ୱାନଡେ ମ୍ୟାଚରେ ୧୦,୮୮୯ ରନ ସଂଗ୍ରହ କରିଛନ୍ତି । ସୂଚନାଥାଉକି ଭାରତୀୟ ଦଳର ମେରୁଦଣ୍ଡ କୁହାଯାଉଥିବା ରାହୁଲ ଦ୍ରାବିଡ଼ଙ୍କର ଏକ ଭଦ୍ର ବ୍ୟକ୍ତିର ପରିଚୟ ରହିଛି। ଏହି ସଫଳ କ୍ରିକେଟର କେବେବି ନିଶାସେବନ କରନ୍ତି ନାହିଁ। ଷ୍ଟାରସନଫୋଲଡେଡ ଡଟ କମ୍ର ଏକ ରିପୋର୍ଟ ଅନୁସାରେ ରାହୁଲ ଦ୍ରାବିଡ଼ କେବେବି ଧୂମ ପାନ କରିନାହାନ୍ତି କିମ୍ବା ମଦ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।

ଗୌତମ ଗମ୍ଭୀର:~ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିଶା ସେବନ ଅଭ୍ୟାସ ଠାରୁ ବହୁ ଦୁରରେ ରହିଛନ୍ତି । ଷ୍ଟାରସନଫୋଲଡେଡ ଡଟ କମ୍ର ଏକ ରିପୋର୍ଟ ଅନୁସାରେ ଗୌତମ ଗମ୍ଭୀର କେବେ ମଦ ପିଅନ୍ତି ନାହିଁ କିମ୍ବା ଧୂମପାନ ମଧ୍ୟ କରନ୍ତି ନାହିଁ। ସେ ଥରେ ମଦ ପାଇଁ ବିଜ୍ଞାପନ କରିଛନ୍ତି କିନ୍ତୁ ନିଶା ସେବନ ଠାରୁ ସେ ବହୁତ ଦୁରରେ ରହନ୍ତି। ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳ ପାଇଁ ୫୮ଟି ଟେଷ୍ଟ ମ୍ୟାଚ, ୧୪୭ଟି ୱାନ ଡେ ମ୍ୟାଚ ଓ ୩୭ଟି ଅନ୍ତରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ୫୨ଟି ଟେଷ୍ଟ ମ୍ୟାଚରେ ସେ ୫,୨୩୮ ରନ ଓ ୩୭ଟି ଟି-ଟ୍ୱେଣ୍ଟି ମ୍ୟାଚରେ ସେ ୯୩୨ ରନ ହାସଲ କରିଛନ୍ତି।

ପରବେଜ ରସୁଲ:~ଜମ୍ମୁ କଶ୍ମୀରର ଘରୋଇ ମ୍ୟାଚ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଉଥିବା ପରବେଜ ରସୁଲ ଭାରତୀୟ ଦଳ ପାଇଁ ମଧ୍ୟ କ୍ରିକେଟ ଖେଳିଛନ୍ତି । ସେ ମଧ୍ୟ ନିଶା ସେବନ ଅଭ୍ୟାସ ଠାରୁ ବହୁତ ଦୂରରେ ରହନ୍ତି । ସେ ଭାରତୀୟ କ୍ରିକେଟ ଦଳ ପାଇଁ ଗୋଟିଏ ୱାନ ଡେ ଓ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ୱାନଡେ ମ୍ୟାଚରେ ପରବେଜଙ୍କୁ ବ୍ୟାଟିଙ୍ଗ କରିବା ପାଇଁ ସୁଯୋଗ ମିଳିନଥିଲା କିନ୍ତୁ ଗୋଟିଏ ଟି ଟ୍ୱେଣ୍ଟି ମ୍ୟାଚରେ ତାଙ୍କୁ ବ୍ୟାଟିଙ୍ଗ କରିବାର ସୁଯୋଗ ମିଳିଥିଲା। ସେଥିରେ ସେ ମାତ୍ର ପାଞ୍ଚ ରନ ସଂଗ୍ରହ କରିଥିଲେ । କିନ୍ତୁ ଘରୋଇ କ୍ରିକେଟରେ ପରବେଜଙ୍କୁ ଅଲରାଉଣ୍ଡର କୁହାଯାଏ । ସେ ଘରୋଇ କ୍ରିକେଟରେ ତାଙ୍କ ଫାଷ୍ଟ କ୍ଲାସ କ୍ୟାରିଅରରେ ଖେଳିଥିବା ୮୨ଟି ମ୍ୟାଚରେ ୪,୮୦୭ଟି ରନ ସଂଗ୍ରହ କରିବା ସହିତ ୨୬୬ଟି ୱିକେଟ ହାସଲ କରିଛନ୍ତି ।



from Prameya News7 https://ift.tt/IrHNOwb
ଭାରତୀୟ କ୍ରିକେଟ ଦଳର ଏହି ଚାରିଜଣ ଚେହେରା ମଦ ନାଁ ଶୁଣିଲେ ଘୃଣା କରନ୍ତି; ଜାଣନ୍ତୁ ସେମାନେ କିଏ? ଭାରତୀୟ କ୍ରିକେଟ ଦଳର ଏହି ଚାରିଜଣ ଚେହେରା ମଦ ନାଁ ଶୁଣିଲେ ଘୃଣା କରନ୍ତି; ଜାଣନ୍ତୁ ସେମାନେ କିଏ? Reviewed by SUBHENDU BARAL on March 04, 2022 Rating: 5

No comments:

Powered by Blogger.