ସଜାଗ କ’ଣ ରହିବେ? ଶୁଣୁଶୁଣୁ ତ ଶୋଇପଡ଼ିଲେ

police123

ପାଟଣା: ଏମାନେ କ’ଣ ସୁରକ୍ଷା କରିବେ? ଏମାନେ ତ ନିଜେ ସଜାଗ ନୁହନ୍ତି। ୟୁଟ୍ୟୁବ୍‌ରେ ଅପଲୋଡ୍ ହୋଇଥିବା ଏକ ଭିଡିଓ (ନିମ୍ନରେ ପୋଷ୍ଟ କରାଯାଇଛି) ଦେଖିଲେ ଆପଣ ଏମିତି କିଛି କହିପାରନ୍ତି।

ସୁରକ୍ଷା ବ୍ୟବସ୍ଥା ନେଇ ବିବରଣୀ ଦିଆଯାଉଥିବା ବେଳେ ଜଣେ ଦୁଇ ଜଣ ପୁଲିସ୍ ଅଧିକାରୀ ନିଘୋଡ଼ ନିଦରେ ଶୋଇ ଯାଇଥିବା ବେଳେ ଆଉ କେଇ ଜଣ ମୋବାଇଲ୍‌ରେ ଫଟୋ ଉଠାଉଛନ୍ତି। ଆପଣ ଏ ଭିଡିଓରେ ଏମିତି କିଛି ଦୃଶ୍ୟ ଦେଖିବାକୁ ପାଇବେ।

ଘଟଣାଟି ବିହାରର ରାଜଧାନୀ ପାଟଣାର। ଦୁର୍ଗା ପୂଜା ପାଇଁ ପୁଲିସ୍ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଚାଲିଥିଲା। ଏଥିରେ ପୂଜା ସମୟରେ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା କେମିତି ରହିବ ସେ ବିଷୟରେ ଅବଗତ କରାଯାଉଥିଲା। ଟ୍ରାଫିକ୍‌ଠାରୁ ଧରି କେଉଁ ରାସ୍ତାରେ ଗାଡ଼ି ଚଳାଚଳ କରିବ, କେଉଁଠି କେତେ ପୁଲିସ୍ ନିୟୋଜିତ ହେବେ- ଏସବୁ ବିଷୟରେ ଅବଗତ କରାଯାଉଥିଲା। ତେବେ କେତେକ ପୁଲିସ୍ ଅଧିକାରୀ ଏହାକୁ କେତେ ଶୁଣୁଥିଲେ, ତାହା ଆପଣ ଏ ଭିଡିଓ ଦେଖିଲେ ଜାଣିପାରିବେ।

ଏବେ ଭିଡିଓଟିକୁ ଦେଖନ୍ତୁ:



from Odisha Reporter
ସଜାଗ କ’ଣ ରହିବେ? ଶୁଣୁଶୁଣୁ ତ ଶୋଇପଡ଼ିଲେ ସଜାଗ କ’ଣ ରହିବେ? ଶୁଣୁଶୁଣୁ ତ ଶୋଇପଡ଼ିଲେ Reviewed by SUBHENDU BARAL on October 16, 2018 Rating: 5

No comments:

Powered by Blogger.