ମନୋରଞ୍ଜନ ଓ ଫ୍ୟାଶନ୍ ଜଗତର ଏହି ୫ ମହିଳା ସାରା ବିଶ୍ୱରେ ପରିଚିତ Pramod Behera

ମହିଳାଙ୍କ ବିନା ଦେଶର ବିକାଶ ଅସମ୍ଭବ ଆଉ ସମାଜ ଅଧୁରା। ଆଜି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ସହିତ କାନ୍ଧ ମିଳେଇ ଠିଆ ହେଲେଣି। ଭାରତୀୟ ମହିଳାମାନଙ୍କର ଦକ୍ଷତା ଏବଂ ପ୍ରତିଭା ସେମାନଙ୍କୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ କରାଉଛି। ସେ କ୍ରୀଡା ହେଉ କିମ୍ବା ରାଜନୀତି, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଅଛନ୍ତି। କିନ୍ତୁ ଯେଉଁସବୁ କ୍ଷେତ୍ରରେ ଅଧିକାଂଶ ମହିଳାଙ୍କ ନାମ ସମଗ୍ର ବିଶ୍ୱରେ ପ୍ରସିଦ୍ଧ, ତାହା ହେଉଛି ଭାରତୀୟ ମନୋରଞ୍ଜନ ଏବଂ ଫ୍ୟାଶନ୍ ଜଗତ।

ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ କିମ୍ବଦନ୍ତୀ ମହିଳା କଳାକାର ଅଛନ୍ତି, ଯେଉଁମାନଙ୍କ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ଫ୍ୟାଶନ୍ ଏବଂ ମନୋରଞ୍ଜନ ଦୁନିଆରେ ମହିଳାମାନେ ବି ପୁରୁଷଙ୍କୁ ପଛରେ ପକେଇ ଦେଇଛନ୍ତି। ଅନେକ ମହିଳା ସେଲିବ୍ରିଟିଙ୍କ ନାମ ବିଦେଶୀ ପ୍ରଶଂସକଙ୍କ ଜିଭରେ ରହିଲାଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସରେ, ଫ୍ୟାଶନ୍ ଓ ମନୋରଞ୍ଜନ ଜଗତ ସହିତ ଜଡିତ ଭାରତର ଏହି ପାଞ୍ଚଜଣ ମହିଳାଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ନାମ ସମଗ୍ର ବିଶ୍ୱରେ ଜଣାଶୁଣା।

ସୁସ୍ମିତା ସେନ୍ – ବ୍ରହ୍ମାଣ୍ଡ ସୁନ୍ଦରୀ:

ଭାରତର ସୁସ୍ମିତା ସେନ୍ ମାତ୍ର ୧୯ ବର୍ଷ ବୟସରେ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ। ବ୍ରହ୍ମାଣ୍ଡ ସୁନ୍ଦରୀ ହେବାରେ ସୁସ୍ମିତା ସେନ୍ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ତାଙ୍କ ବିଜୟର କାହାଣୀ ଅନେକ ଟିଭି ଚ୍ୟାନେଲ୍‌ ଏବଂ ଖବରକାଗଜରେ ଶୋଭା ପାଇଥିଲା। ସେ ପିନ୍ଧିଥିବା ଗାଉନ୍ ତାଙ୍କ ମାଙ୍କ ଦ୍ୱାରା ଡିଜାଇନ୍ ହୋଇଥିଲା।

ଐଶ୍ୱର୍ଯ୍ୟା ରାୟ- ବିଶ୍ୱ ସୁନ୍ଦରୀ:

ଯଦି ଦୁନିଆର ସବୁଠୁ ସୁନ୍ଦର ମହିଳାଙ୍କ ନାମ ନିଆଯାଏ, ତେବେ ଭାରତର ଐଶ୍ୱର୍ଯ୍ୟା ରାୟଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ରହିବ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ ଏବଂ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ। ବିଶ୍ୱସ୍ତରରେ ତାଙ୍କର ଏକ ବଡ଼ ପ୍ରଶଂସକ ଅଛନ୍ତି।

ଲତା ମଙ୍ଗେସକର - ପ୍ଲେବ୍ୟାକ୍ ସିଙ୍ଗର:

ଭାରତର 'ସ୍ୱର କୋକିଳ' ନାମରେ ଜଣାଶୁଣା ଲତା ମଙ୍ଗେସକରଙ୍କ ସ୍ୱର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ। ଲତାଙ୍କ ପ୍ରଶଂସକ ଦେଶ ତଥା ବିଦେଶରେ ଅଛନ୍ତି। ତାଙ୍କର ପ୍ରଶଂସକମାନେ କେବଳ ସାଧାରଣ ଲୋକ ନୁହଁନ୍ତି ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ମଧ୍ୟ। ଲତା ମଙ୍ଗେସକରଙ୍କୁ ପଦ୍ମ ଭୂଷଣ, ଭାରତ ରତ୍ନ, ଦାଦାସାହେବ ଫାଲ୍‌କେ ପୁରସ୍କାର, ମହାରାଷ୍ଟ୍ର ଭୂଷଣ, ପଦ୍ମଭୂଷଣ, ଲୀଅନ ଅଫ୍ ଅନର, ୬ ଟି ଫିଲ୍ମଫେୟାର ପୁରସ୍କାର ଏବଂ ତିନୋଟି ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଭାନୁ ଅଥୈୟା – କଷ୍ଟ୍ୟୁମ୍ ଡିଜାଇନର୍:

ଭାରତକୁ ପ୍ରଥମ ଓସ୍କାର ପୁରସ୍କାର ଦେବାରେ ଜଣେ ମହିଳା ଥିଲେ, ଆଉ ସେ ହେଲେ ଭାନୁ ଅଥୈୟା। ୧୯୮୩ ଏପ୍ରିଲ ୧୧ରେ ‘ଗାନ୍ଧୀ’ ଚଳଚ୍ଚିତ୍ର ପାଇଁ କଷ୍ଟ୍ୟୁମ୍ ଡିଜାଇନର୍ ଭାନୁ ଅଥୈୟାଙ୍କୁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ଥିଲା ଭାରତର ପ୍ରଥମ ଓସ୍କାର ପୁରସ୍କାର।

ମୃଣାଳିନୀ ସାରାଭାଇ- କୋରିଓଗ୍ରାଫର୍:

ଇଣ୍ଡଷ୍ଟ୍ରିରେ ଆଜି ଅନେକ ମହିଳା କୋରିଓଗ୍ରାଫର୍ ଅଛନ୍ତି। କିନ୍ତୁ ଭାରତର ଶ୍ରେଷ୍ଠ ମହିଳା କୋରିଓଗ୍ରାଫର୍‌ ଥିଲେ ମୃଣାଳିନୀ ସାରାଭାଇ। ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ମୃଣାଳିନୀ ସାରାଭାଇଙ୍କୁ ଡିପ୍ଲୋମା ଅଫ୍ ଫ୍ରାନ୍ସ ଅଭିଲେଖାଗାର ପଦକ ପ୍ରଦାନ କରାଯାଇଛି। ସେ ଆମ୍ମା ନାମରେ ବେଶ୍ ଜଣାଶୁଣା।



from Latest Odisha News, Breaking News Today | Top Updates on Corona - OTV News https://ift.tt/N1oDciw
ମନୋରଞ୍ଜନ ଓ ଫ୍ୟାଶନ୍ ଜଗତର ଏହି ୫ ମହିଳା ସାରା ବିଶ୍ୱରେ ପରିଚିତ Pramod Behera ମନୋରଞ୍ଜନ ଓ ଫ୍ୟାଶନ୍ ଜଗତର ଏହି ୫ ମହିଳା ସାରା ବିଶ୍ୱରେ ପରିଚିତ Pramod Behera Reviewed by SUBHENDU BARAL on March 05, 2022 Rating: 5

No comments:

Powered by Blogger.