ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରୁଛି କୁକୁର Pramod Behera

ସନାତନ ଧର୍ମରେ ମଣିଷ ସହିତ ପଶୁ, ପକ୍ଷୀମାନଙ୍କୁ ମଧ୍ୟ ସମ୍ମାନର ସହିତ ଦେଖାଯାଏ ଏବଂ ସମାନ ବ୍ୟବହାର କରାଯାଏ। ଏହି କାରଣରୁ ଅନେକ ପଶୁ-ପକ୍ଷୀ ଦେବଦେବୀଙ୍କ ବାହାନ ହୋଇଥାନ୍ତି। ଆପଣ ନିଶ୍ଚୟ ଅନେକ ସମୟରେ ମନ୍ଦିରରେ ଅନେକ ପଶୁଙ୍କୁ ଦେଖିଥିବେ କିନ୍ତୁ ଆପଣ କେବେ ପଶୁମାନେ ଆଶୀର୍ବାଦ ଦେଉଥିବାର ଦେଖିଛନ୍ତି କି? କିନ୍ତୁ ବର୍ତ୍ତମାନ ମନ୍ଦିରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ କୁକୁର ସମସ୍ତଙ୍କୁ 'ଆଶୀର୍ବାଦ' ଦେଉଥିବା ଦେଖାଯାଉଛି।

ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଏହି ଭିଡିଓରେ ଏକ କୁକୁର ମନ୍ଦିରର ଫାଟକ ନିକଟରେ ଥିବା ଏକ ଉଚ୍ଚା ପିଣ୍ଡିରେ ବସି ପ୍ରତ୍ୟେକ ଭକ୍ତଙ୍କୁ 'ଆଶୀର୍ବାଦ' ଦେଉଛି ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ତା’ ହାତ ମିଳାଉଥିବା ଦେଖାଯାଉଛି। ଭିଡିଓରେ ଦେଖାଯାଉଛି ଯେ ତା’ ପାଖକୁ ଯିଏ ବି ଆସୁଛି କୁକୁରଟି ଧୀରେ ଧୀରେ ଗୋଟିଏ ଗୋଡକୁ ଉପରକୁ ଉଠାଇ ତାଙ୍କ ମୁଣ୍ଡରେ ରଖୁଛି। ଏହାକୁ ଦେଖି ଲାଗୁଛି ଯେପରି ସେ ଆଶୀର୍ବାଦ କରୁଛି। ତା’ପରେ ଯେତେବେଳେ ଲୋକମାନେ ତା’ ସହ ହାତ ମିଳାଇବାକୁ ବଢାନ୍ତି ସେ ମଧ୍ୟ ତା’ ଗୋଡକୁ ବଢେଇ ଦିଏ।

ଏକ ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ମହାରାଷ୍ଟ୍ରର ଅହମ୍ମଦନଗରରେ ଥିବା ସିଦ୍ଧିବିନାୟକ ମନ୍ଦିରର। ଗତ ବର୍ଷ ଫେସ୍‌ବୁକ୍‌ରେ ଅରୁଣ ଲିମାଡିଆ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଶେୟାର କରିଥିଲେ। ଏବେ ଏହି ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଏହା ମଧ୍ୟ ଦେଖାଯାଉଛି ଯେ ଲୋକମାନେ କୁକୁରକୁ ଟିକେ ଡରିଯାଉଛନ୍ତି। କିନ୍ତୁ ଅନେକ ଲୋକ ତା’ ସାମ୍ନାରେ ନତମସ୍ତକ ହୋଇ ତାକୁ ପ୍ରଣାମ କରୁଥିବା ବେଳେ ତାକୁ ଭଗବାନଙ୍କ ରୂପ ବୋଲି ମାନୁଛନ୍ତି। ତେବେ କାହାରି କୌଣସି କ୍ଷତି କରୁ ନଥିବା ବେଳେ ଲୋକେ ଯେତିକି ଆଚରଣ କରୁଛନ୍ତି ସେ ବି ତା’ର ପ୍ରତିଆଚରଣ କରୁଛି।

ଲୋକମାନେ ଇନ୍‌ଷ୍ଟାଗ୍ରାମ୍‌ରେ ମତ ଦେଇ କୁକୁର ଉପରେ ପ୍ରେମ ବର୍ଷା କରୁଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ଗଣପତି ବାପ୍ପାଙ୍କ ଦ୍ୱାରପାଳ ଅଟେ। ଅନ୍ୟ ଜଣେ ଲେଖିଛନ୍ତି ଯେ କୁକୁରମାନେ ଏତେ ଭଲ ଯେ ଆମେ ସେମାନଙ୍କର ଯୋଗ୍ୟ ନୁହଁ। ଜଣେ ତ କୁକୁରକୁ ଦେବଦୂତ ବୋଲି କହିଛନ୍ତି। ସେହିପରି ଅନ୍ୟଜଣେ “ଏହା ଈଶ୍ୱରଙ୍କ ଆଶ୍ଚର୍ଯ୍ୟଜନକ ଲୀଲା” ବୋଲି କହିଛନ୍ତି।

ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ କୁକୁରମାନଙ୍କର ହୃଦୟ ଅତ୍ୟନ୍ତ ପରିଷ୍କାର ଅଟେ। ସେହିପରି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ କୁକୁରଟି ଭଗବାନଙ୍କ ଦ୍ୱାରା ପଠାଯାଇଥିବା ଦୂତ। କୁକୁରର ଏପରି କାର୍ଯ୍ୟ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି ଯେ ଏହା କିପରି ଏତେ ଟ୍ରେଣ୍ଡ୍‌ ହୋଇଗଲା ଯେ ଏପରି କରିଦେଉଛି!



from Latest Odisha News, Breaking News Today | Top Updates on Corona - OTV News https://ift.tt/8zSqxav
ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରୁଛି କୁକୁର Pramod Behera ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରୁଛି କୁକୁର Pramod Behera Reviewed by SUBHENDU BARAL on March 01, 2022 Rating: 5

No comments:

Powered by Blogger.