ସୁବିଧାରେ କଖାରୁ ଚାଷରୁ ମିଳିଥାଏ ପ୍ରଚୁର ଲାଭ Pramod Behera

ପନିପରିବା ମଧ୍ୟରେ କଖାରୁ ଏପରି ଏକ ଫସଲ ଯାହା ଅତ୍ୟଧିକ ପୁଷ୍ଟିକର। ଏହାର ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ଅଛି। ଏହାର ସବୁଜ ଫଳଠାରୁ ଆରମ୍ଭ କରି ପାଚିଲା ଫଳ ଏବଂ ମଧ୍ୟମ ପର୍ଯ୍ୟନ୍ତ ଖାଦ୍ୟରେ ବ୍ୟବହାର ହୋଇଥାଏ। ଏହାର ପାଚିଲା ଫଳରୁ ମିଠା ମଧ୍ୟ ତିଆରି କରାଯାଏ। କଖାରୁ ମଞ୍ଜିରେ ପର୍ଯ୍ୟାପ୍ତ ପରିମାଣର ଜିଙ୍କ୍‌ ରହିଥାଏ ଯାହା ପ୍ରତିରକ୍ଷା ପ୍ରଣାଳୀରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇଥାଏ। ଏହା ମଧ୍ୟ ଭାଇରାଲ୍, ଥଣ୍ଡା-କାଶ-ମୁଣ୍ଡବିନ୍ଧା ଭଳି ସଂକ୍ରମଣରୁ ସୁରକ୍ଷିତ ରଖେ।

କଖାରୁର ଉନ୍ନତ କିସମ:

କିଛି କିସମର କଖାରୁ ଅଛି ଯାହା ମାତ୍ର ୬୦ରୁ ୯୦ ଦିନରେ ହୋଇଯାଏ। ଅନେକ ଚାଷୀ ଏହାର ସୁଯୋଗ ନେଉଛନ୍ତି। ବିଶେଷ ପ୍ରଜାତିର କଖାରୁ ହେଉଛି ପୁସା ବିଶବାସ, ପୁସା ବିକାଶ, କଲ୍ୟାଣପୁର କଖାରୁ -୧, ନରେନ୍ଦ୍ର ଅମୃତ, ଅର୍କା ସୂର୍ଯ୍ୟମୂଖୀ, ଅର୍କା ଚନ୍ଦନ, ଅମ୍ବଲି, CS 14, CO 1, 2, ପୁସା ହାଇବ୍ରିଡ୍ -୧ ଏବଂ କାସି ଗ୍ରୀନ୍ କିସମ।

ବିଦେଶୀ କିସମ ମଧ୍ୟରେ ଥିବା ପୈଟିପାନ୍, ଗ୍ରୀନ୍ ହବର୍ଡ, ଗୋଲଡେନ୍ ହବର୍ଡ, ଗୋଲଡେନ୍ କଷ୍ଟର୍ଡ, ଏବଂ ୟେଲୋ ଷ୍ଟେଟ୍ ନେକ୍ ଭାରତରେ ଖୁବ୍ କମ ଚାଷ କରାଯାଏ।

କଖାରୁ ବୁଣିବା ପାଇଁ ଜଳବାୟୁ:

କଖାରୁ ଚାଷ ପାଇଁ ଉଷ୍ମ ଜଳବାୟୁ ଆବଶ୍ୟକ। କଖାରୁ ଚାଷ ପାଇଁ ଉଭୟ ଶୀତୋଷଣ ଓ ସମ ଶୀତୋଷଣ ଜଳବାୟୁ ଉପଯୁକ୍ତ। କଖାରୁ ପାଇଁ ୧୮ରୁ ୩୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଦରକାର। ଏହାକୁ ଉଭୟ ଗରମ ଏବଂ ଆର୍ଦ୍ର ଜଳବାୟୁରେ ଚାଷ କରାଯାଇପାରିବ।

କଖାରୁ ଚାଷ ପାଇଁ ମାଟି ଚୟନ:

କଖାରୁ ଚାଷ ପାଇଁ ପଟୁ ଓ ବାଲୁକା ମାଟି ସର୍ବୋତ୍ତମ। ମଧ୍ୟମ ଅମ୍ଳୀୟ ଅଞ୍ଚଳରେ ମଧ୍ୟ କଖାରୁ ଚାଷ କରାଯାଇପାରେ।

ବୁଣିବାର ସମୟ:

କଖାରୁ ବୁଣିବା ସମୟ ସ୍ଥାନ ନେଇ ଭିନ୍ନ ଭିନ୍ନ ହୋଇଥାଏ। ସମତଳ ଅଞ୍ଚଳରେ ଏହା ବର୍ଷକୁ ଅତି କମରେ ଦୁଇଥର ବୁଣାଯାଇପାରିବ। ଫେବୃଆରୀରୁ ମାର୍ଚ୍ଚ ଏବଂ ଜୁନ୍‌ରୁ ଜୁଲାଇ ସମୟ ବୁଣିବା ପାଇଁ ଉପଯୁକ୍ତ ହୋଇଥାଏ। ସେହିଭଳି ପାହାଡିଆ / ପାର୍ବତ୍ୟ ଅଞ୍ଚଳରେ ଏହା ମାର୍ଚ୍ଚ-ଏପ୍ରିଲରେ ବୁଣାଯାଏ। ଡିସେମ୍ବରରେ ଏହା ନଦୀ କୂଳରେ ବୁଣାଯାଇପାରିବ।

ସାର ବ୍ୟବହାର ଏବଂ ଯତ୍ନ:

କଖାରୁର ଭଲ ଅମଳ ପାଇବାକୁ କମ୍ପୋଷ୍ଟ ଖତ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ଏଥିପାଇଁ ଏକ ହେକ୍ଟର ଜମିରେ ପ୍ରାୟ ୪୦-୫୦ କ୍ୱିଣ୍ଟାଲ୍ ଗୋବର ଖତ ଏବଂ ୨୦ କିଲୋଗ୍ରାମ ନିମନିତ୍ର ଗୁଣ୍ଡ ଦେବାକୁ ହୁଏ। ଆପଣ ଏଥିରେ ୩୦ କିଲୋଗ୍ରାମ ଗବପତ୍ର ମଧ୍ୟ ମିଶାଇ ପାରିବେ। ବିହନ ବୁଣିବା ଖତ ଦେବା ପରେ କ୍ଷେତକୁ ହଳ କରନ୍ତୁ।

କ୍ଷେତ ପ୍ରସ୍ତୁତ ହୋଇଗଲେ, କଖାରୁ ମଞ୍ଜି ବୁଣନ୍ତୁ। ଫସଲକୁ ପୋକଜୋକରୁ ରକ୍ଷା କରିବା ନେଇ ବିହନ ବୁଣିବାର ୨୦-୨୫ ଦିନ ପରେ ନିମ ରସ ଏବଂ ଏକ ଲିଟର ଗୋମୂତ୍ର ମିଶେଇ କ୍ଷେତରେ ପକାନ୍ତୁ। ଏହି ସ୍ପ୍ରେକୁ ୧୦ରୁ ୧୫ ଦିନ ବ୍ୟବଧାନରେ କରନ୍ତୁ।

ଅମଳ ସମୟରେ କ’ଣ ଧ୍ୟାନରେ ରଖିବେ:

ବିହନ ବୁଣିବାର ୭୫-୯୦ ଦିନ ପରେ ଏହା ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ଫଳକୁ ଧାରୁଆ ଛୁରୀରେ ଲଟା ନ ଛିଣ୍ଡିବା ଭଳି କଟାଯାଏ। ବଜାରର ଚାହିଦାକୁ ଦୃଷ୍ଟିରେ ରଖି କଖାରୁ ଅମଳ କରିବା ଦରକାର।

ସାଧାରଣତ ଏକ ହେକ୍ଟର ଜମିରେ ପ୍ରାୟ ୨୫୦ ରୁ ୩୦୦ କ୍ୱିଣ୍ଟାଲ ଅମଳ ହୋଇଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/80CyztO
ସୁବିଧାରେ କଖାରୁ ଚାଷରୁ ମିଳିଥାଏ ପ୍ରଚୁର ଲାଭ Pramod Behera ସୁବିଧାରେ କଖାରୁ ଚାଷରୁ ମିଳିଥାଏ ପ୍ରଚୁର ଲାଭ Pramod Behera Reviewed by SUBHENDU BARAL on March 01, 2022 Rating: 5

No comments:

Powered by Blogger.