Daily Horoscope 2 March 2022: ଜାଣନ୍ତୁ ଆଜିର ରାଶିଫଳ Otv Khabar Bureau

ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨ତାରିଖ, ବୁଧବାର, କୁମ୍ଭ, ୧୮ ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ: ଆଜି ଦିନଟି ଆପଣଙ୍କ ଲାଗି ଉତ୍ତମ ରହିପାରେ । ଆପଣଙ୍କ ଯୋଜନାକୁ କାଯର୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ ସଫଳ ହୋଇପାରନ୍ତି । ଧନଲାଭର ଯୋଗ ରହିଛି, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

  • ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ

ବୃଷ: -ଆଜି ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଦେଖାଦେଇପାରେ । ମହିଳାମାନେ ଘରେ ବାହାରେ ସବୁଠି ପ୍ରସ ହୋଇପାରେ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ, ପାରିବାରିକ ଜୀବନ ଶାନ୍ତିମୟ ହୋଇପାରେ ।

  • ପ୍ରତିକାର-ମା କାଳୀଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

ମିଥୁନ: -ଆଜି କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ, ଆର୍ଥିକ ଉନ୍ନତି ଘଟିବ ଯାହା ଫଳରେ ଭାରାକ୍ରାନ୍ତର ମନ ପ୍ରଫୁଲ୍ଲିତ ରହିପାରେ । ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ । ଯାନ ବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ ।

  • ପ୍ରତିକାର-ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର କଳାରାଶି ମିଶାଇ ଢାଳନ୍ତୁ

କର୍କଟ: - ଆଜି ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲରେ କଟିପାରେ । ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ, ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସମ୍ୱାଦ ମିଳିପାରେ । ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହୋଇପାରେ ।

  • ପ୍ରତିକାର- ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

ସିଂହ- ଆଜି ଦୈବୀ କୃପା ଲାଭ କରିବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରେ । ସ୍ୱାଦିଷ୍ଠ ଭୋଜନ ମିଳିବ, ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ।

  • ପ୍ରତିକାର- ଗୁଡ଼ ପାଣିରେ ସୂଯର୍ୟଙ୍କୁ ଅଘର୍ୟ ପ୍ରଦାନ କରନ୍ତୁ

କନ୍ୟା:- ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେଇପାରନ୍ତି । କୈାଣସି ଅନୁଷ୍ଠାନ ତରଫରୁ ଆପଣଙ୍କୁକୈାଣସି ବଡ଼ ଦାୟିତ୍ତ ମିଳିପାରେ । ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ, ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହୋଇପାରେ ।

  • ପ୍ରତିକାର-ସାତଟି ପାନ ପତ୍ର ଗଣେଶଙ୍କୁ ଚଢ଼ାନ୍ତୁ 

ତୁଳା:- ଆଜି ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିପାରନ୍ତି । ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ, ବ୍ୟବସାୟୀମାନେ ଲାଭବାନ ହୋଇପାରେ । ଯାନ ବାହାନ ପ୍ରାପ୍ତିର ଯୋଗ ରହିଛି ।

  • ପ୍ରତିକାର-ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

ବିଛା:- ଆଜି ମନରେ ଧାର୍ମିକ ଚିନ୍ତାଧାରା ସୃଷ୍ଟି ଓହଇପାରେ । କୈାଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ, ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିପାରେ ।

  • ପ୍ରତିକାର-ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ଧନୁ:- ଆଜି ଦିନଟି ଆର୍ଥିକ ଲାଭ ପାଇଁ ଭଲ ରହିବ , କୈାଣସି କାମରୁ ଯଥେଷ୍ଟ ଲାଭ ପାଇପାରିବେ । ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ । ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିପାରେ ।

  • ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

ମକର:-ଆଜି ପରିବାରରୁ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇପାରନ୍ତି । ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିପାରେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ, ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିପାରେ ।

  • ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାଯର୍ୟ କ୍ଷେତ୍ରକୁ ଯାଆନ୍ତୁ

କୁମ୍ଭ:- ଆଜି ପିତାମାତାଙ୍କ ଆର୍ଶ୍ରିବାଦରୁ ଆପଣଙ୍କୁ ସଫଳତା ମିଳିପାରେ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିପାରିବେ । ବକେୟା ପ୍ରାପ୍ୟ ପାଇଁ ବିବାଦ ହୋଇପାରେ, ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ମିଳିପାରେ ।

  • ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

ମୀନ:- ଆଜି ଆଧାତ୍ମିକ ଭାବନାରେ ସମୟ କଟିବ, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । କଳା ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିପାରେ ।

  • ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ


from Latest Odisha News, Breaking News Today | Top Updates on Corona - OTV News https://ift.tt/5PXNMGV
Daily Horoscope 2 March 2022: ଜାଣନ୍ତୁ ଆଜିର ରାଶିଫଳ Otv Khabar Bureau Daily Horoscope 2 March 2022: ଜାଣନ୍ତୁ ଆଜିର ରାଶିଫଳ Otv Khabar Bureau Reviewed by SUBHENDU BARAL on March 01, 2022 Rating: 5

No comments:

Powered by Blogger.