କ୍ୱାର୍ଡ ବୈଠକରେ ମୋଦୀ ରଖିଲେ ଭାରତର ପ୍ରସ୍ତାବ : କହିଲେ, କୂଟନୀତି ଓ ଆଲୋଚନା ମାଧ୍ୟମରେ ବିବାଦର ହେଉ ସମାଧାନ Kanak News

କନକ ବ୍ୟୁରୋ : ୟୁକ୍ରେନ-ରୁଷ୍ ଯୁଦ୍ଧ ପ୍ରସଙ୍ଗରେ ନେଇ ଭାରତର ଆଭିମୁଖ୍ୟକୁ ନେଇ ୟୁରୋପ ଓ ଆମେରିକା ପ୍ରଶ୍ନ ଉଠାଉଥିବା ବେଳେ ଭାରତ ନିଜ ପକ୍ଷ ରହିଛି  । ଅଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ବୋଲି କହିଛନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ବିବାଦର ସମାଧାନ ହେବା ଜରୁରୀ , ଆଉ ଏଥିପାଇଁ ଆଲୋଚନା ଓ କୂଟନୀତି ହିଁ ପ୍ରକୃତ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । କ୍ୱାଡ ବୈଠକରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି  । କ୍ୱାଡ ବୈଠକରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନେତୃବର୍ଗ ଯୋଗଦେଇଥିଲେ  ।

ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍-ୟୁକ୍ରେନ  ମଧ୍ୟରେ ପୁଣି ବସିବ ତୃତୀୟ ପର୍ଯ୍ୟାୟ ବୈଠକ  । ଏନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି   । ଗତକାଲି ଯୁଦ୍ଧର ଅଷ୍ଟମ ଦିନରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିତୀୟ ବୈଠକ ବସିଥିଲା  ।  ବେଲାରଷ୍ ସୀମାରେ ଉଭୟ ଦେଶର ଅଧିକାରୀ ଆଲୋଚନା କରିଥିଲେ । ପୂର୍ବରୁ ମଧ୍ୟ ଏକ ବୈଠକ ବସିଥିଲା  । ହେଲେ ଏହି ଦୁଇ ବୈଠକରୁ କୌଣସି ସମାଧାନ ବାହାରି ପାରି ନାହିଁ  । ତେଣୁ ତୃତୀୟ ବୈଠକ ଉପରେ ଏବେ ନଜର ଅଟକିଛି  । ତେବେ ତୃତୀୟ ବୈଠକ କେବେ ହେବ, ସ୍ଥିର ହୋଇପାରି ନାହିଁ  ।

The post କ୍ୱାର୍ଡ ବୈଠକରେ ମୋଦୀ ରଖିଲେ ଭାରତର ପ୍ରସ୍ତାବ : କହିଲେ, କୂଟନୀତି ଓ ଆଲୋଚନା ମାଧ୍ୟମରେ ବିବାଦର ହେଉ ସମାଧାନ first appeared on Kanak News.



from Kanak News https://ift.tt/N8ckSKw https://ift.tt/JI5ByCS
କ୍ୱାର୍ଡ ବୈଠକରେ ମୋଦୀ ରଖିଲେ ଭାରତର ପ୍ରସ୍ତାବ : କହିଲେ, କୂଟନୀତି ଓ ଆଲୋଚନା ମାଧ୍ୟମରେ ବିବାଦର ହେଉ ସମାଧାନ Kanak News କ୍ୱାର୍ଡ ବୈଠକରେ ମୋଦୀ ରଖିଲେ ଭାରତର ପ୍ରସ୍ତାବ : କହିଲେ, କୂଟନୀତି ଓ ଆଲୋଚନା ମାଧ୍ୟମରେ ବିବାଦର ହେଉ ସମାଧାନ Kanak News Reviewed by SUBHENDU BARAL on March 03, 2022 Rating: 5

No comments:

Powered by Blogger.