ନୂଆଦିଲ୍ଲୀ,୦୪/୦୩: ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ଭାରତୀୟ ନାଗରିକ ମଧ୍ୟ ଫସି ରହିଛନ୍ତି। ରୁଷ ଯୁଦ୍ଧ ବନ୍ଦ କରୁ ବୋଲି ସମସ୍ତେ ପ୍ରର୍ଥନା କରୁଛନ୍ତି । ଏହାରି ଭିତରେ ବିହାରର ଯୁବକ ରାକେଶ ଶଙ୍କର କାହାଣୀ ସାମ୍ନାକୁ ଆସିଛି। ରାକେଶ ଯୁକ୍ରେନରେ ରହୁନ୍ତି, ଏବେ ଯୁଦ୍ଧ ଯୋଗୁଁ ସେଠାରେ ଫସି ରହିଛନ୍ତି । ରାଶେକଙ୍କ ସ୍ଥିତି ଏପରି ଯେ ସେ ନିଜ ପରିବାର ସହ ବଙ୍କରରେ ରହୁଛନ୍ତି । ରାକେଶ କିଛି ବର୍ଷ ପୂର୍ବେ ୟୁକ୍ରେନର ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେବେଠାରୁ ସେ ସେଠାରେ ରହୁନ୍ତି । ରାକେଶଙ୍କ ପ୍ରେମ କାହାଣୀ କୌଣସି ସିନେମା କାହାଣୀଠାରୁ କମ ନୁହେଁ ।
ବିହାର ସହରମା ଜିଲ୍ଲାର ରାକେଶ ଶଙ୍କର ଜେଏନୟୁ ପାଠ ପଢିଛନ୍ତି । ବର୍ତ୍ତମାନ ସେ ୟୁକ୍ରେନର ଡନିପ୍ରୋରେ ରହୁଛନ୍ତି । ବିବିସି ନିଜର ଏକ ରିପୋର୍ଟରେ ରାକେଶଙ୍କ ସ୍ଥିତି ବାବଦରେ କହିଛି । ରିପୋର୍ଟ ଅନୁସାରେ, ରାକେଶ ୨୦୧୫ରେ ରୁଷ ଭାଷା ଶିଖିବା ପାଇଁ ୟୁକ୍ରେନ ଯାଇଥିଲେ ଏବଂ ଏହି ସମୟରେ ୟୁକ୍ରେନର ଜଣେ ଯୁବତୀ ଅସ୍କାନା ସହ ତାଙ୍କର ଭେଟ ହୋଇଥିଲା।
କିଛି ଦିନ ପରେ ଅସ୍କାନା ଏବଂ ରାକେଶ କୋର୍ଟରେ ବିବାହ କରିଥିଲେ । ଦୁହିଁଙ୍କ ଦୁଇଟି ଶିଶୁ ଅଛନ୍ତି । ରାକେଶ ୟୁକ୍ରେନରେ ଅନୁବାଦକର କାମ କରନ୍ତି। ରୁଷୀ, ଜାପାନୀ, ଫ୍ରେଞ୍ଚ ସମେତ ଅନେକ ଭାଷା ବାବାଦରେ ସେ ଜାଣିଛନ୍ତି । ହସ ଖୁସିରେ ଜୀବନ କଟୁଥିଲା କିନ୍ତୁ ଏବେ ରୁଷ-ୟୁକ୍ରେନ ଯୁଦ୍ଧରେ ତାଙ୍କ ଆଗରେ ଅସୁବିଧାର ବଡ ପାହାଡ ଠିଆ କରିଛି । ସେ ଭାରତ ଆସିବାକୁ ଚାହୁଁଛନ୍ତି କିନ୍ତୁ ଏପରି କରିବା ସହଜ ନୁହେଁ।
ରାକେଶଙ୍କ ବୟାନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ବିମାନ ଟିକଟ୍ ଦାମ ଏତେ ଅଧିକ ହୋଇଛି ଯେ, ସେ ନିଜେ ଏହି ଟଙ୍କା ଦେଇ ଭାରତ ଆସିପାରିବେ ନାହିଁ। ରାକେଶ କହିଛନ୍ତି ସ୍ଥିତି ଏତେ ଖରାପ ରହିଛି ଯେ, ସେ ପୋଲାଣ୍ଡ ପର୍ଯ୍ୟନ୍ତ ମଧ୍ୟ ଯାଇପାରିବେ ନାହିଁ। ନିଜ ସ୍ତ୍ରୀ ପିଲାଙ୍କ ସହ ବିହାର ଫେରିବାକୁ ଚାହୁଁଛନ୍ତି ତାଙ୍କୁ ବିହାର ଦେଖାଇବାକୁ ଚାହୁଁଛନ୍ତି।
ବର୍ତ୍ତମାନ ରାକେଶ ୟୁକ୍ରେନରେ ଫସି ରହିଛନ୍ତି । କେବଳ ରାକେଶ ନୁହନ୍ତି, ସାରା ଦୁନିଆର ମିଡିଆ ରିପୋର୍ଟକୁ ଦେଖିଲେ ରାକେଶଙ୍କ ପରି ଅନେକ ଲୋକେ ୟୁକ୍ରେନରେ ଫସି ରହିଛନ୍ତି ଏବଂ ଜୀବନ ବଞ୍ଚାଇବା ପାଇଁ ବଙ୍କରରେ ଶରଣ ନେଇଛନ୍ତି ।
from Prameya News7 https://ift.tt/YthJ8bx

No comments: