ପାଶ୍ଚାତ୍ୟ ଦେଶର କଟକଣା ନେଇ ପୁଟିନଙ୍କ ପ୍ରତିକ୍ରିୟା : କହିଲେ, ଋଷ୍ ଉପରେ ପ୍ରତିବନ୍ଧକ ଲଗାଇବା ଯୁଦ୍ଧ ସହ ସମାନ, ବ୍ରିଟେନକୁ ଚେତାବନୀ Kanak News

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷ୍ ଆକ୍ରମଣ କରିବା ପରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ସାରାବିଶ୍ୱରେ ଜଣେ ଆତଙ୍କବାଦୀ ଭାବେ ଦର୍ଶାଇ ଆସୁଛନ୍ତି ଆମେରିକା ସମେତ ୟୁରୋପର ଅଧିକାଂଶ ରାଷ୍ଟ୍ର । ଏବଂ ଋଷ୍ ବିରୋଧରେ ଏକାଧିକ ଆର୍ଥୀକ କଟକଣା ଲଗାଇଛନ୍ତି । କଟକଣା ଲଗାଇବା ପରେ ପାଶ୍ଚାତ୍ୟ ଦେଶ ଉପରେ ବର୍ଷିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କହିଛନ୍ତି ଋଷ୍ ଉପରେ କଡା କଟକଣା ଲଗାଇବା ଯୁଦ୍ଧ ସହିତ ସମାନ ।
ଡେନବାସକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବା ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ପାଇଁ ରୁଷ ଚେଷ୍ଟା କରୁଥିଲା । କିନ୍ତୁ କିଭର ନିଷ୍ପତି ଋଷ୍ ବିରୋଧରେ ଯାଇଛି । ଏହାପରେ ୟୁରୋପୀୟ ଦେଶ ଋଷ୍ ବିରୋଧରେ କଡା ପ୍ରତିବନ୍ଧ ଲଗାଇଛନ୍ତି । ଋଷ୍ ବିରୋଧରେ ବିଭିନ୍ନ ପ୍ରତିବନ୍ଧ ଲଗାଇବା ପରେ ମସ୍କୋର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି । ଋଷ୍ ସହିତ ବିଭିନ୍ନ ଦେଶର ସଂପର୍କ ମଧ୍ୟ ଖରାପ ହୋଇଛି ।
ସେହିପରି ଜାତିସଂଘରେ ମଧ୍ୟ ଋଷ୍ ବିରୋଧରେ ଏକାଧିକ ଦେଶ ଏକାଠି ହୋଇଛନ୍ତି । ପାଶ୍ଚାତ୍ୟ ଦେଶ ପ୍ରତିବନ୍ଧ ଲଗାଇବା ଅର୍ଥନୈତିକ ଯୁଦ୍ଧ ସହିତ ସମାନ । ଏଥିସହ ପୁଟିନ ଦାବି କରିଛନ୍ତି, ୟୁକ୍ରେନର ସମସ୍ତ ସେନା କ୍ୟାମ୍ପକୁ ଋଷ୍ ସେନା ଧ୍ୱଂସ କରିଦେଇଛି । ସେହିପରି ରୁଷରେ ମାର୍ଶଲ ବା ସାମରିକ ଆଇନ ଲାଗୁ ହେବ କି ପ୍ରସଙ୍ଗରେ ପୁଟିନ କହିଛନ୍ତି, ଦେଶରେ ଏବେ ଏପରି ଆଇନର ଆବଶ୍ୟକତା ନାହିଁ ।
The post ପାଶ୍ଚାତ୍ୟ ଦେଶର କଟକଣା ନେଇ ପୁଟିନଙ୍କ ପ୍ରତିକ୍ରିୟା : କହିଲେ, ଋଷ୍ ଉପରେ ପ୍ରତିବନ୍ଧକ ଲଗାଇବା ଯୁଦ୍ଧ ସହ ସମାନ, ବ୍ରିଟେନକୁ ଚେତାବନୀ first appeared on Kanak News.
from Kanak News https://ift.tt/1pQu3aM https://ift.tt/ETwb9O0
No comments: