ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇଛନ୍ତି ଜେଲେନସ୍କି ! ଦାବି କଲା ଋଷ

ନୂଆଦିଲ୍ଲୀ ୦୫/୦୩: ରୁଷ-ୟୁକ୍ରେନ୍ ଭିତରେ ଚାଲିଥିବା ଭୀଷଣ ଯୁଦ୍ଧ ଭିତରେ ଗତ ସଂଧ୍ୟାରେ ରୁଷ ମିଡିଆ ପକ୍ଷରୁ ଆସିଛି ବଡ଼ ଖବର । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କୁଆଡ଼େ ଦେଶ ଛାଡ଼ି ପୋଲାଣ୍ଡ ପଳାଇଛନ୍ତି । ଜେଲେନସ୍କି ଏବେ ପୋଲାଣ୍ଡରେ ଅଛନ୍ତି ।

ସେପଟେ ଜେଲେନସ୍କି ପୋଲାଣ୍ଡ ପଳାଇଥିବା ଖବରକୁ ଖଣ୍ଡନ କରିଛି ୟୁକ୍ରେନ। ଜେଲେନସ୍କି ଏବେ ବି ୟୁକ୍ରେନରେ ଅଛନ୍ତି ବୋଲି ୟୁକ୍ରେନ ସ୍ପଷ୍ଟ କରିଛି। ୟା’ରି ଭିତରେ ଜେଲେନସ୍କିଙ୍କ ପରାମର୍ଶଦାତାଙ୍କ ବଡ଼ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇସାରିଛି । ବେଲାରୁଷ ମଧ୍ୟ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ।

ସେହିଭଳି ନାଟୋ ସଚିବ କହିଛନ୍ତି ଆମେ ରୁଷ ସହ ଯୁଦ୍ଧ ଚାହୁନୁ । କିନ୍ତୁ ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ରୁଷକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ଫିନଲ୍ୟାଣ୍ଡ ଓ ସ୍ବିଡେନ୍ ଆମ ସହ ଅଛନ୍ତି ବୋଲି କହିଛି ନାଟୋ ।

ସୂଚନାଯୋଗ୍ୟ, ଶୁକ୍ରବାର ୟୁକ୍ରେନର ଜେପୋରଜିୟା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ କବ୍ ଜା କରିଛି ରୁଷ ସେନା । ଏହା ହେଉଛି ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ସେପଟେ କିଭ୍ ଅଧିକାର ପାଇଁ ରୁଷ ତାର ଆକ୍ରମଣକୁ ବଢ଼ାଇଥିବା ବେଳେ ୟୁକ୍ରେନ ସେନା ପ୍ରତିରୋଧ ଜାରି ରଖିଛି। ସ୍ଥିତି ଧିରେ ଧିରେ ସଙ୍ଗୀନ ହେଉଛି ।



from Prameya News7 https://ift.tt/YF6hQZW
ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇଛନ୍ତି ଜେଲେନସ୍କି ! ଦାବି କଲା ଋଷ ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇଛନ୍ତି ଜେଲେନସ୍କି ! ଦାବି କଲା ଋଷ Reviewed by SUBHENDU BARAL on March 04, 2022 Rating: 5

No comments:

Powered by Blogger.