ନୂଆଦିଲ୍ଲୀ, ୦୪/୦୩: ଋଷ୍-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ପଡ଼ିଛି । ସେୟାର ବଜାରରେ ମଧ୍ୟ ଏହାର ପରୋକ୍ଷ ପ୍ରଭାବ ପରିଲିକ୍ଷିତ ହୋଇଛି । ନିବେଶକଙ୍କୁ ବଡ଼ ଝଟ୍କା ଲାଗିଛି । ଭାରତୀୟ ନିବେଶକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଯୁଦ୍ଧ କାରଣରୁ ଶୁକ୍ରବାର ଭାରତୀୟ ନିବେଶକଙ୍କୁ ୫ ଲକ୍ଷ କୋଟିର କ୍ଷତି ସହିବାକୁ ପଡ଼ିଛି । ୧୫ ଫେବୃଆରୀ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିବେଶକ ୧୯୭ ବିଲିୟନ୍ ଅର୍ଥାତ ୧୫ ଲକ୍ଷ କୋଟି ହରାଇଲେଣି । ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଏକ ଖବର କାଗଜ ସଂସ୍ଥା ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇର କ୍ୟାପିଟାଲାଇଜେସନ୍ ତଥ୍ୟ ଅନୁସାରେ ଶୁକ୍ରବାର ପାଖାପାଖି ୨୪୬ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ପୂର୍ବ ସେସନ୍ରେ ମାର୍କେଟ୍ କ୍ୟାପିଟାଲାଇଜେସନ୍ ୨୫୧ କୋଟି ସ୍ତରରେ ରହିଥିଲା । ଶୁକ୍ରବାର ମଧ୍ୟରେ ଏହା ପାଖାପାଖି ୫ ଲକ୍ଷ କୋଟି ଘାଟା ହୋଇଛି । ୧୫ ଫେବୃଆରୀ ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନ୍ସସେକ୍ସ ୪ ହଜାର ପଏଣ୍ଟ ତଳକୁ ଖସି ଆସିଛି । ଫଳରେ ନିବେଶକଙ୍କୁ ୧୯୭ ବିଲିୟନ୍ ଡଲାରର କ୍ଷତି ସହିବାକୁ ପଡ଼ିଛି ।
ପୂର୍ବ ୩ ସପ୍ତାହ ଧରି ଦଲାଲ୍ ଷ୍ଟ୍ରୀଟ୍ରେ ଭାରତୀୟ ନିବେଶକଙ୍କର ହୋଇଥିବା କ୍ଷତି ୟୁକ୍ରେନ୍ର ଜିଡିପି ଠାରୁ କେତେଗୁଣରେ ଅଧିକ । ଆଇଏମ୍ଏଫ୍ର ଅନୁମାନ ମୁତାବିକ ୨୦୨୧ରେ ୟୁକ୍ରେନ୍ର ଜିଡିପି ୧୮୧.୦୩ ବିଲିୟନ୍ ଡଲାର ରହିଥିଲା । ଯାହାକି ସେୟାର ବଜାର କ୍ଷତିରୁ କମ୍ ।
from Prameya News7 https://ift.tt/xf02UtG

No comments: