ଭଦ୍ରକରେ ସିରିଜ୍ ଦୁର୍ଘଟଣା, ସାଇକେଲ୍‌ ଓ ବାଇକ୍‌କୁ ଧକ୍କା ଦେଲା କାର, ୪ ଗୁରୁତର

ଭଦ୍ରକ, ୦୪।୦୩: ସିରିଜ ଦୁର୍ଘଟଣାରେ ୪ ଗୁରୁତର । ସାଇକେଲ ଓ ବାଇକ ଆରୋହୀଙ୍କୁ ଧକ୍କା ଦେଇ ପଳାଉଥିବା ବେଳେ ଗାଡିକୁ ଅଟକ ରଖିଛି ପୋଲିସ । ଦୁର୍ଘଟଣାରେ ଗୁରୁତରଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏକ କାର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଗୋଟିଏ ବାଇକକୁ ଧକ୍କା ଦେଇ ପଳାଉଥିବା ବେଳେ ପୁଣି ଏକ ସାଇକେଲ ଓ ଅନ୍ୟ ଜଣଙ୍କୁ ଧକ୍କା ଦେଇଥିଲା ।

ତେବେ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ପ୍ରଥମେ ଯାଜପୁର ଡ଼ାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ପୋଲିସ୍‌ ଗାଡିକୁ ଥାନାକୁ ନେଇଛି ଓ ଗାଡିର ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି ।



from Prameya News7 https://ift.tt/ejuys2x
ଭଦ୍ରକରେ ସିରିଜ୍ ଦୁର୍ଘଟଣା, ସାଇକେଲ୍‌ ଓ ବାଇକ୍‌କୁ ଧକ୍କା ଦେଲା କାର, ୪ ଗୁରୁତର ଭଦ୍ରକରେ ସିରିଜ୍ ଦୁର୍ଘଟଣା, ସାଇକେଲ୍‌ ଓ ବାଇକ୍‌କୁ ଧକ୍କା ଦେଲା କାର, ୪ ଗୁରୁତର Reviewed by SUBHENDU BARAL on March 04, 2022 Rating: 5

No comments:

Powered by Blogger.