ନୂଆଦିଲ୍ଲୀ ୦୪।୦୩: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଏଥିରେ ଅନେକ ସହର ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲାଣି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରୁଛନ୍ତି। ଚାରି ଆଡେ ହେଉଛି ଖାଲି ରୁଷର ନିନ୍ଦା। କେବଳ ଅନ୍ୟ ଦେଶରେ ନୁହେଁ ବରଂ ରୁଷରେ ମଧ୍ୟ ଯୁଦ୍ଧକୁ ବିରୋଧ କରାଯାଉଛି। ବିଶେଷ କରି ରୁଷ ମିଡିଆରେ ପୁଟିନ୍ ସରକାରଙ୍କ ବିରୋଧରେ ଖୁବ୍ ବିଷୋଦଗାର କରାଯାଉଛି। ଏମିତି ଏକ ମାମଲା ରୁଷ ଟେଲିଭିଜନ ଚ୍ୟାନେଲରେ ଦେଖିବାକୁ ମିଳିଛି। ଚ୍ୟାନେଲର ସମସ୍ତ ଷ୍ଟାଫ ଅନ୍ତିମ ପ୍ରସାରଣରେ "ଯୁଦ୍ଧ ନୁହେଁ"ର ସନ୍ଦେଶ ଦେଇ ସିଧା ପ୍ରସାରଣରେ ଇସ୍ତଫା ଦେଇଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ରୁଷି ଅଧିକାରୀ ୟୁକ୍ରେନ ଯୁଦ୍ଧର କଭରେଜ୍ ପାଇଁ 'ଟିଭି ରେନ' ଉପରେ କଟକଣା ଲଗାଇଛି। ଏହା ପରେ ଚ୍ୟାନେଲ୍ ନିଜର ଶେଷ ସିଧା ପ୍ରସାରଣରେ "ଯୁଦ୍ଧ ନୁହେଁ"ର ସନ୍ଦେଶ ଦେଇଥିଲା ଏବଂ ଏହି ସମୟରେ ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି।
The entire staff of a Russian TV channel resigns in protest to the Russian invasion of Ukraine. pic.twitter.com/0BvgpjrpZs
— Mike Sington (@MikeSington) March 4, 2022
TV Rain ଚ୍ୟାନେଲ୍ ପରେ ନିଜର ବୟାନରେ କହିଛି ଯେ, ନିଜର ସଞ୍ଚାଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉଛି। ସମସ୍ତ କର୍ମଚାରୀଙ୍କ ଇସ୍ତଫା ପରେ ଟିଭି ରେନ୍ ଚ୍ୟାନେଲ୍ 'ସ୍ଵାନ ଲେକ୍'ର ଭିଡିଓ ପ୍ରସାରଣ କରିଥିଲା। ଏହା ହେଉଛି ସେହି ଭିଡିଓ ଯାହାକୁ ୧୯୯୧ରେ ସୋଭିଏତ ସଂଘର ପତନ ସମୟରେ ରୁଷରେ ସରକାରୀ ଟିଭି ଚ୍ୟାନେଲ୍ଗୁଡିକରେ ପ୍ରସାରଣ କରାଯାଇଥିଲା।
ରୁଷ ସୈନିକ ୟୁକ୍ରେନରେ ଘନ ଘନ ବୋମା ବର୍ଷଣ କରିବା ସହ ମିସାଇଲ୍ ମାଡ କରୁଛନ୍ତି। ଏଥିରେ ଅନେକ ସହର ଧ୍ଵସ୍ତବିଧ୍ଵସ୍ତ ହୋଇ ସାରିଛି। ରାଜଧାନୀ କିଭିରେ ରୁଷି ସୈନିକଙ୍କ ରକ୍ତାକ୍ତ ସଂଘର୍ଷ ଜାରି ରହିଛି। ଏହା ମଧ୍ୟରେ ରୁଷ ମିଡିଆ ଦାବି କରୁଛନ୍ତି ଯେ, ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ଚାଲି ଯାଇଛନ୍ତି।
from Prameya News7 https://ift.tt/2samIT7

No comments: