ୟୁକ୍ରେନକୁ ନେଇ ପୁଟିନଙ୍କ ମନରେ ରହିଛି ଏହି ଭୟଙ୍କର ଯୋଜନା, ନୋବେଲ ଶାନ୍ତି ପୁରସ୍କାର ବିଜେତା ରୁଷ ସାମ୍ୱାଦିକ କହିଲେ ପୁରା ପ୍ଲାନ
ନୂଆଦିଲ୍ଲୀ,୦୪/୦୩: ରୁଷର ଏକ ଖବର କାଗଜ ନୋବାୟ ଗେଜେଟ୍ ଖୋଲିଛି ୟୁକ୍ରେନକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଜନା । ୟୁକ୍ରେନକୁ କିଛି ଏପରି ଭାବେ ବିଭାଜନ କରିବାକୁ ଚାହୁଁଛନ୍ତି ପୁଟିନ, ଯେପରି ରାଜଧାନୀ କିଭ୍ ସହ ଦେଶର ମଧ୍ୟ ଏବଂ ପୂର୍ବାଞ୍ଚଳରେ ରୁଷ ସମର୍ଥିତ ରହିବେ। ଅନ୍ୟପଟେ ୟୁରୋପକୁ ଲାଗିଥିବା ପଶ୍ଚିମାଞ୍ଚଳକୁ ସେମାନଙ୍କ ପାଇଁ ଛଡା ଯିବ।
ନୋବାୟ ଗେଜେଟର ସମ୍ପାଦକ ତଥା ଗତ ବର୍ଷ ନୋବେଲ ଶାନ୍ତ ପୁରସ୍କାରର ସମ୍ମାନିତ ଦିମିତ୍ରୀ ମୁରାତୋଭ ଦ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷତକାରରେ କହିଛନ୍ତି, ରୁଷର ସାଧାରଣ ନାଗରିକ ଯୁଦ୍ଧର ସମର୍ଥନରେ ନାହାନ୍ତି । ରୁଷର ଏକ ତୃତୀୟାଂଶରୁ ଅଧିକ ଲୋକେ ଯୁଦ୍ଧ ବିରୋଧରେ ଅଛନ୍ତି। ମୁରାତୋଭ କହିଛନ୍ତି ରୁଷ ସରକାର ୟୁକ୍ରେନର ପଶ୍ଚିମାଞ୍ଚଳ ଯାହାର କେନ୍ଦ୍ର ଲଭିଭ ତାକୁ ସେହି ସ୍ଥିତିରେ ଛାଡିବାକୁ ଚାହୁଁଛନ୍ତି ଏବଂ ୟୁକ୍ରେନର ମଧ୍ୟଭାଗ ଯାହାର କେନ୍ଦ୍ର କିଭ୍ ସେହି ଅଞ୍ଚଳରେ ପୁଟିନ ସମର୍ଥିତ ସରକାରର ଶାସନ ଚାହୁଁଛନ୍ତି । ଏପରି ଏକ ସରକାର ଯିଏ ରୁଷ ପ୍ରତି ଅନୁଗତ ରହିବ । ତେବେ ପୂର୍ବରେ ଥିବା ଡୋନବାସ ଅଞ୍ଚଳ ରୁଷ ସହ ବିଲୟକୁ ସ୍ୱିକାର କରିପାରେ।
ତେବେ ସୈନ୍ୟ ଅପରେସନ ସପକ୍ଷରେ ନାହାନ୍ତି ରୁଷବାସୀ । ୟୁକ୍ରେନ ବିରୁଦ୍ଧ ଯୁଦ୍ଧ ସପକ୍ଷରେ ଦେଶରେ ସମର୍ଥନ ନାହିଁ । ଏକ ନିୟୁତରୁ ଅଧିକ ଲୋକେ ଚେଞ୍ଜ ଡଟ୍ ଅର୍ଗ ପ୍ଲାଟଫର୍ମରେ ନୋ ଟୁ ୱାର ଅଭିଯାନରେ ହସ୍ତାକ୍ଷର କରିଛନ୍ତି। ଏଥିରେ ଅଧିଂକାଶ ରୁଷର ବୁଦ୍ଧିଜୀବୀ ।
ୟୁକ୍ରେନର ବିରୋଧ ଯୁଦ୍ଧର ଘରୋ ବିରୋଧୀ ମୁରାତୋଭ ପୁଟିନଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ପୁଟିନ ରୁଷ ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିଥିବା ସେ ଅଭିଯୋଗ କହିଛନ୍ତି।
from Prameya News7 https://ift.tt/ilZUTYw

No comments: