ୟୁକ୍ରେନ ଉପରେ ଆକ୍ରମଣ ରୁଷକୁ ପଡିବ ମହଙ୍ଗା, ଫୁଟବଲ୍‌ ବିଶ୍ଵକପରୁ ବିଦା କରିପାରେ FIFA

ନୂଆଦିଲ୍ଲୀ ୨୮।୦୨: ୟୁକ୍ରେନ ଉପରେ ହମଲା କରିଥିବା ରୁଷକୁ ଏବେ ଚାରିଆଡୁ ବିରୋଧ ଏବଂ ସମାଲୋଚନାର ଶିକାର ହେବାକୁ ପଡିଛି। ଏହି କ୍ରମରେ ଅନ୍ତର୍ଜାତୀୟ ଫୁଟବଲ୍ ମହାସଂଘ(ଫିଫା) ରୁଷ ଉପରେ ଅନେକ କଟକଣା ଲଗାଇ ଆଗାମୀ ବିଶ୍ଵ କପରୁ ବାହାର କରିବାକୁ ଚେତାବନୀ ଦେଇଛି। ଯଦି ରୁଷ ବିଶ୍ଵ କପରେ ଅଂଶଗ୍ରହଣ କରେ ତେବେ ଦେଶର ନାମ, ପତାକା ଏବଂ ଜାତୀୟ ସଙ୍ଗୀତ ବ୍ୟବହାର କରି ପାରିବ ନାହିଁ। ଅନ୍ୟପଟେ ପୋଲାଣ୍ଡ ଏବଂ ସ୍ଵିଡେନ ପରି ଦେଶ ରୁଷ ସହିତ ଫୁଟବଲ୍ ଖେଳିବାକୁ ମନା କରି ଦେଇଛନ୍ତି।

ଛଅ ଆଞ୍ଚଳିକ ଫୁଟବଲ ସଂଘର ଅଧ୍ୟକ୍ଷ ଫିଫାର ସର୍ବସମ୍ମତି ନିଷ୍ପତ୍ତିରେ କହିଛନ୍ତି ଯେ, ରୁଷର ଫୁଟବଲ ଦଳକୁ ନିଜ ସହିତ ଦେଶର ପତାକା ଏବଂ ଜାତୀୟ ସଙ୍ଗୀତ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ। ଏହା ପୂର୍ବରୁ ରୁଷରେ କୌଣସି ପ୍ରକାରର ଅନ୍ତର୍ଜାତୀୟ ଫୁଟବଲ୍ ମ୍ୟାଚ୍‌ର ଆୟୋଜନ ଉପରେ ମଧ୍ୟ ରୋକ୍ ଲଗାଯାଇଛି।

ରବିବାର ଫିଫାର ଶୀର୍ଷ ନେତୃତ୍ଵ ରୁଷ ଉପରେ ସଂପୂର୍ଣ୍ଣ ବ୍ୟାନ ହଟାଇ କିଛି କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ, ରୁଷକୁ ନିରପେକ୍ଷ ସ୍ଥାନ ଏବଂ ବିନା ଦର୍ଶକରେ ଖେଳିବାକୁ ଅନୁମତି ମିଳିଥିଲା। ଏଥିସହ ରୁଷ ଫୁଟବଲ୍ ଦଳର ନାମ ପରିବର୍ତ୍ତନ ସହ ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ  ବିନା ଖେଳିବାକୁ କୁହାଯାଇଥିଲା। ତେବେ ସଦ୍ୟତମ ଖବର ଅନୁଯାୟୀ, ଫିଫା ରୁଷ ଫୁଟବଲ ଦଳକୁ ବିଶ୍ଵ କପରୁ ନିଲମ୍ବିତ କରିପାରେ। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ରୁଷକୁ ବାହାର କରିବା ପାଇଁ ବିଚାର ବିମର୍ଶ କରାଯାଉଛି।



from Prameya News7 https://ift.tt/cy7d6q9
ୟୁକ୍ରେନ ଉପରେ ଆକ୍ରମଣ ରୁଷକୁ ପଡିବ ମହଙ୍ଗା, ଫୁଟବଲ୍‌ ବିଶ୍ଵକପରୁ ବିଦା କରିପାରେ FIFA ୟୁକ୍ରେନ ଉପରେ ଆକ୍ରମଣ ରୁଷକୁ ପଡିବ ମହଙ୍ଗା, ଫୁଟବଲ୍‌ ବିଶ୍ଵକପରୁ ବିଦା କରିପାରେ FIFA Reviewed by SUBHENDU BARAL on February 28, 2022 Rating: 5

No comments:

Powered by Blogger.