ଝାରସୁଗୁଡ଼ା, ୨୭/୦୨: ଓଡିଶାରେ ପହଞ୍ଚିଲେ ୟୁକ୍ରେନରେ ଡାକ୍ତରୀ ପଢୁଆ ଝିଅ ଅର୍ଚ୍ଚିତା ଶତପଥୀ । ବୁର୍ଲାରେ ରହୁଥିବା ପବିତ୍ର ମୋହନ ଶତପଥୀଙ୍କ ଝିଅ ଅର୍ଚ୍ଚିତା ୟୁକ୍ରେନର ଉଜଗ୍ରଥ ସହରରେ ରହି ଡ଼ାକ୍ତରୀ ପାଠର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ଋଷିଆର ଆକ୍ରମଣରେ ୟୁକ୍ରେନ ଧ୍ୱସ୍ତବିଧ୍ୱସ୍ତ ହେଉଥିବା ବେଳେ ଯୁଦ୍ଧର ଘନଘଟା ଭିତରେ ଦିନ କାଟୁଥିଲେ ଅର୍ଚ୍ଚିତାଙ୍କ ସହ ବହୁ ଭାରତୀୟ ଛାତ୍ରଛାତ୍ରୀ ।
https://youtu.be/295LvpuWd1Qଶେଷରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ୟୁକ୍ରେନରୁ ଭାରତୀୟଙ୍କୁ ରୋମାନିଆ ଅଣାଯିବା ପରେ ସେଠାରୁ ଦିଲ୍ଲୀ ଆସିଥିଲେ ୨୫୦ ଜଣ ।ସେମାନଙ୍କ ମଧ୍ୟରୁ ଅର୍ଚ୍ଚିତା ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିବା ପରେ ତାଙ୍କୁ ନେବାକୁ ପହଞ୍ଚି ଥିବା ବାପା- ମାଙ୍କୁ ଦେଖି ଏକ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
from Prameya News7 https://ift.tt/Yw9XkaK
ୟୁକ୍ରେନ୍ରୁ ଓଡ଼ିଶା ପହଞ୍ଚିଲେ ଡାକ୍ତରୀ ପଢ଼ୁଆ ଝିଅ ଅର୍ଚ୍ଚିତା, ବଖାଣିଲେ ଯୁଦ୍ଧର ଭୟାବହତା
Reviewed by SUBHENDU BARAL
on
February 27, 2022
Rating:

No comments: