ବାପା-ମାଆଙ୍କ ଗାଳି ଗୁଲଜରୁ ବଞ୍ଚିବା ପାଇଁ ନବମ ଶ୍ରେଣୀର ଛାତ୍ରୀ କଲେ ଏମିତି ନାଟକ; ଜାଣନ୍ତୁ ପୁରା ଘଟଣା…

ଆଗ୍ରା ୨୮/୦୨ : ରାତିରେ ଦୁଇଜଣ ମହିଳା ସ୍କୁଲ ୟୁନିଫର୍ମ ପିନ୍ଧି ବ୍ୟାଗ ଧରି ରାସ୍ତାରେ ବୁଲୁଥିବା ଏକ ଝିଅକୁ ଥାନାରେ ଆଣି ପହଞ୍ଚାଇ ଥିଲେ। ଏହାପରେ ଛାତ୍ରୀ ଜଣକ ଯାହା କହିଲେ ତାହା ଶୁଣି ପୋଲିସର ହୋସ ଉଡ଼ିଯାଇଥିଲା । ଛାତ୍ରୀର ହାବଭାବ ଓ ବର୍ଣ୍ଣନା କରିବା ଶୈଳୀ ଏତେ ଜୀବନ୍ତ ଥିଲାଯେ ପୋଲିସ ନିର୍ଦ୍ୱନ୍ଦରେ ତା କଥାକୁ ବିଶ୍ୱାସ କଲେ । ପୋଲିସ ପରେ ଅଧିକାରୀଙ୍କୁ ଏ ବିଷୟରେ ସୂଚନା ଦେଇ ଛାତ୍ରୀ ସହିତ ଘଟଣା ସ୍ଥଳକୁ ଚାଲି ଯାଇଥିଲେ । ପୋଲିସ ଏକ ଘଣ୍ଟା ପର୍ଯ୍ୟନ୍ତ ଶୁନଶାନ କୋଠରିରେ ବୁଲିବା ପରେ ଛାତ୍ରୀକୁ ଥାନାକୁ ଆଣିଥିଲା। ପୋଲିସ କଠୋର ଭାବେ ଛାତ୍ରୀଙ୍କୁ ପଚରା ଉଚୁରା କଲା ପରେ ଶେଷରେ ଛାତ୍ରୀ ସତ କହିଥିଲେ । ସେ ସ୍କୁଲରେ ଚୋରି ହେବା ପରେ ବାପାମାଆଙ୍କ ଗାଳିଗୁଲଜରୁବଞ୍ଚିବା ପାଇଁ ଏପରି କାହାଣୀ ତିଆରି କରିଥିଲେ ।

ଏହି ଘଟଣା ଆଗ୍ରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାରେ ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ଛାତ୍ରୀ ନିଜ ସହପାଠୀର ବ୍ୟାଗରୁ ୧୨୦ ଟଙ୍କା ଚୋରି କରିଥିଲେ । ପରେ ଶିକ୍ଷକ ଖୋଜିବା ପରେ ଛାତ୍ରୀଙ୍କ ପାଖରୁ ଚୋରି ହୋଇଥିବା ଟଙ୍କା ମିଳିଥିଲା । ଏଥିପାଇଁ ସ୍କୁଲ ଶିକ୍ଷକ ଛାତ୍ରୀର ମାଆଙ୍କୁ ଫୋନ କରି ଅଭିଯୋଗ କରିଥିଲେ । ଏହା ସହିତ ବିଳମ୍ବରେ ସ୍କୁଲରୁ ଯାଉଥିବାରୁ ଶିକ୍ଷକ ଛାତ୍ରୀର ମାଆଙ୍କୁ ଦଣ୍ଡ ଦେବା ପାଇଁ କହିଥିଲେ । ଦ୍ୱିପ୍ରହର ୨:୩୦ରେ ସ୍କୁଲ ଛୁଟି ହେବା ପରେ ଶିକ୍ଷକ ଛାତ୍ରୀଙ୍କୁ ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ବସାଇଥିଲେ। ଏହାପରେ ଯିବାକୁ ଦିଆଯାଇଥିଲା । ସ୍କୁଲରୁ ଯିବାପରେ ଛାତ୍ରୀ ଜଣଙ୍କ ନିଜ ଘର ଦୟାଲବାଗକୁ ଯିବା ବଦଳରେ ମୁଗଲ ରୋଡ ଆଡ଼କୁ ଚାଲିଯାଇଥିଲେ । ସେଠାରେ ସେ ବହୁତ ସମୟ ପର୍ଯ୍ୟନ୍ତ ବୁଲୁଥିଲେ ।

ନ୍ୟୁ ଆଗ୍ରାର ଏସଓ ଅରବିନ୍ଦ ନିର୍ବାଲ କହିଛନ୍ତି ଶନିବାର ରାତି ୯:୩୦ ସମୟରେ ଦୁଇ ଜଣ ମହିଳା ମୁଗଲ ରୋଡ଼ରୁ ଛାତ୍ରୀଙ୍କୁ ଆଣି ଥାନାରେ ପହଞ୍ଚିଥିଲେ । ଛାତ୍ରୀ ଜଣକ ଦୁଇଜଣ ମହିଳାଙ୍କୁ ଯେଉଁ କାହାଣୀ କହିଥିଲେ ତାହା ପୋଲିସକୁ ମଧ୍ୟ ଶୁଣାଇଥିଲେ । ଛାତ୍ରୀ ପୋଲିସକୁ କହିଥିଲେ ସେ ରାଜସ୍ଥାନର ବାସିନ୍ଦା ଅଟନ୍ତି । ତାଙ୍କ ବାପା ମାଆଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମାମୁ ପରେ ତାଙ୍କୁ ଆଗ୍ରା ରେଳ ଷ୍ଟେସନରେ ଛାଡ଼ି ଦେଇଥିଲେ। ରେଳ ଷ୍ଟେସନରୁ ଅନେକ ଯୁବକ ତାଙ୍କୁ ଆଣି ଗୋଟିଏ କୋଠରିରେ ବନ୍ଦ କରି ରଖିଥିଲେ । ସେହି କୋଠରିରେ ପୂର୍ବରୁ ୧୬ ଜଣ ଝିଅ ବନ୍ଦି ଅବସ୍ଥାରେ ଥିଲେ। କାଳୁ ନାମକ ଏକ ବ୍ୟକ୍ତି ସେଠାକୁ ଆସୁଥିଲା ।ତାର ବଡ଼ ବଡ଼ ଆଖି। ସେ ସେହି ବନ୍ଦିଥିବା ଝିଅ ମାନଙ୍କୁ ଭିକ ମଗାଉଥିଲା । ଆହୁରି ଅନେକ ଜଣ ଏହି ଦଳରେ ସାମିଲ ଥିଲେ ।

ତାଙ୍କୁ ମଧ୍ୟ ଭିକ ମାଗିବାକୁ କୁହାଯାଇଥିଲା। ଆଜି ସେ ସୁଯୋଗ ପାଇ ଝରକା ଡେଇଁ ବାହାରି ଆସିଛନ୍ତି । ପୋଲିସ ତାଙ୍କୁ ୟୁନିଫର୍ମ ବ୍ୟାଗ ବିଷୟରେ ପଚାରିବାରୁ ସେ କହିଥିଲେ ତାହା ସେଠାରେ ବନ୍ଦି ଥିବା ଏକ ଝିଅର ବୋଲି। ପୋଲିସ ସମ୍ପୃକ୍ତା ଛାତ୍ରୀଙ୍କ କଥାକୁ ବିଶ୍ୱାସ କରି ତାଙ୍କୁ ନେଇ କମଳାନଗରରେ ପହଞ୍ଚିଥିଲା। ସେଠାରେ ଛାତ୍ରୀ ଜଣକ ପୋଲିସକୁ ଗୋଟିଏ ଘର ଦେଖାଇଥିଲା । ସେହି ଘରକୁ ପୋଲିସ ଖୋଲି ଦେଖିବାରୁ ସେଠାରେ କାଠର ଆସବାବପତ୍ର ତିଆରି ହେଉଥିଲା ।


ପାଖାପାଖି ଘଣ୍ଟେରୁ ଦେଢ଼ ଘଣ୍ଟା ଛାତ୍ରୀ ପୋଲିସକୁ ସେଠାରେ ବୁଲାଇଥିଲା। ଏହାପରେ ପୋଲିସ ଛାତ୍ରୀକୁ କଡ଼ାକଡ଼ି ଭାବେ ପଚରାଉଚୁରା କରିଥିଲା । ଯାହାଫଳରେ ଶେଷରେ ଛାତ୍ରୀ ନିଜ ବିଷୟରେ ପୋଲିସକୁ କହିବା ସହିତ ସବୁ ସତ କହିଥିଲେ । ପରେ ପୋଲିସ ଛାତ୍ରୀକୁ ନିର୍ଦ୍ଦେଶ ଦେବା ସହ ତାର ବାପା-ମାଙ୍କୁ ଡାକି ଛାତ୍ରୀକୁ ହସ୍ତାନ୍ତର କରିଥିଲା



from Prameya News7 https://ift.tt/rvfAGKx
ବାପା-ମାଆଙ୍କ ଗାଳି ଗୁଲଜରୁ ବଞ୍ଚିବା ପାଇଁ ନବମ ଶ୍ରେଣୀର ଛାତ୍ରୀ କଲେ ଏମିତି ନାଟକ; ଜାଣନ୍ତୁ ପୁରା ଘଟଣା… ବାପା-ମାଆଙ୍କ ଗାଳି ଗୁଲଜରୁ ବଞ୍ଚିବା ପାଇଁ ନବମ ଶ୍ରେଣୀର ଛାତ୍ରୀ କଲେ ଏମିତି ନାଟକ; ଜାଣନ୍ତୁ ପୁରା ଘଟଣା… Reviewed by SUBHENDU BARAL on February 28, 2022 Rating: 5

No comments:

Powered by Blogger.