
କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଜଣେ ନାବାଳକର ମୁଣ୍ଡ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି।
ସୁନ୍ଧିମୁଣ୍ଡାରେ ଏକ ନାଳ ନିକଟରୁ ଏହି ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟିକୁ ବାଲିରେ ପୋତା ଯାଇଥିଲା।
ମୃତକଙ୍କ ନାଁ ଘନଶ୍ୟାନ ରଣା। ତାଙ୍କୁ ୯ ବର୍ଷ ହୋଇଥିଲା।
ଗତ ୧୩ ତାରିଖରୁ ଘନଶ୍ୟାନ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।
ମୁଣ୍ଡବିହୀନ ଶବଟି ଘନଶ୍ୟାମଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ କରୁଛି। ବଳି ଉଦ୍ଦେଶ୍ୟରେ ଘନଶ୍ୟାମଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
from Odisha Reporter
ନାବାଳକର ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ବଳି ସନ୍ଦେହ
Reviewed by SUBHENDU BARAL
on
October 16, 2018
Rating:
No comments: