ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଶିଷଙ୍କ ବିରୋଧରେ ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧୀକ ଷଡ଼ଯନ୍ତ୍ର, ବେପରୁଆ ଗାଡ଼ି ଚାଳନା ଅପରାଧରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଚାଷୀ ନେତାଙ୍କ ଅଭିଯୋଗ ଅନୁସାରେ ଅୋବର ୩ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ଗାଡ଼ିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ଥିଲେ ।
Also Read
ତେବେ ସେ ଗାଡ଼ିରେ ଥିଲେ ନା ନାହିଁ, ଯଦି ଥିଲେ ତେବେ ତାଙ୍କ ସହ କେତେ ଜଣ ଗାଡ଼ିରେ ଥିଲେ। ଯଦି, ସେ ଗାଡ଼ିରେ ନଥିଲେ ତେବେ ସେହି ସମୟରେ ସେହି ଗାଡ଼ିରେ ଆଉ କିଏ ଥିଲେ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଆଶିଷଙ୍କଠୁ ସବିଶେଷ ତଥ୍ୟ ଉଗାଳିଛି। ତେବେ ସେ ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ୧୧ ଘଣ୍ଟାର ଜେରା ମଧ୍ୟରେ ଆଶିଷଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ଅକ୍ଟୋବର ୩ ତାରିଖ ଦିନ ଅପରାହଣ ୨ଟା ୩୬ରୁ ୩ଟା ୩୦ ଯାଏ କେଉଁଠି ଥିଲେ କଣ କରୁଥିଲେ ତାହା ଜାଣିବାକୁ ପାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇପାରିନଥିଲେ ଆଶିଷ।
from Latest Odisha News, Breaking News Today | Top Updates on Corona - OTV News https://ift.tt/3iP7FQZ



No comments: