ରେଭ୍ ପାର୍ଟି ଉପରେ ନଜର ରହିବ କହିଲେ ପୋଲିସ କମିଶନର Chandan Shishu

ଭୁବନେଶ୍ୱର: ଟୁଇନସିଟିର ବିଭିନ୍ନ ବାର୍‌ରେ ଚାଲିଥିବା ରେଭ୍ ପାର୍ଟି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏଭଳି ପାର୍ଟି ଉପରେ ନଜର ରହିବ କହିଲେ ସିପି। ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାଇ ଦେଇଛନ୍ତି। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।

ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଡ୍ରଗ୍ସ ବିରୋଧୀ ଅଭିଯାନ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଆଜି ବାଲିଅନ୍ତାରୁ ୨୬୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ ବି କରାଯାଇଛି। 

୨୦୨୧ରେ ଟୁଇନସିଟିରୁ ୧୦ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଭୁବନେଶ୍ୱର ଅର୍ବାନରୁ ୫ କେଜିରୁ ଊର୍ଦ୍ଧ୍ୱ ଓ କଟକରୁ ୪ କେଜିରୁ ଅଧିକ ଧଳା ଜହର ଜବତ ହୋଇସାରିଲାଣି। ଭୁବନେଶ୍ୱରରୁ ନଗଦ ୪୩ ଲକ୍ଷ ୫୦ ହଜାର ଟଙ୍କା ଜବତ ସହ ଭୁବନେଶ୍ୱରରୁ ୬୭ ଜଣ ଓ କଟକରୁ ୩୦ ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱର ଯେମିତି ଡ୍ରଗ୍ସମୁକ୍ତ ସହର ହେବ ତାଉପରେ ଫୋକସ୍ ରଖାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/3AtjRNp
ରେଭ୍ ପାର୍ଟି ଉପରେ ନଜର ରହିବ କହିଲେ ପୋଲିସ କମିଶନର Chandan Shishu ରେଭ୍ ପାର୍ଟି ଉପରେ ନଜର ରହିବ କହିଲେ ପୋଲିସ କମିଶନର Chandan Shishu Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.