ୟୁପି ଲଖିମପୁର ହିଂସା ମାମଲାରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶୀଷ ମିଶ୍ର

ଲକ୍ଷ୍ନୌ ୦୯/୧୦: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶୀଷ ମିଶ୍ର ଗିରଫ ହୋଇଛନ୍ତି । ୟୁପି ଲଖିମପୁର ହିଂସା ମାମଲାରେ ତଦନ୍ତ ଚାଲିଥିବା ବେଳେ ସେ ତଦନ୍ତରେ ସହଯୋଗ କରି ନଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଲକ୍ଷ୍ମୀପୁର ହିଂସା ଘଟଣାରେ କୃଷକଙ୍କ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ରତର କରିବାକୁ କୃଷକ ସଂଗଠନ ଅଣ୍ଟା ଭିଡ଼ିଥିବା ବେଳେ ଏପଟେ ଆଜି କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ହାଜର ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ଘଟଣାରେ ପଚାରଉଚରା କରିଥିଲା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ। ତେବେ ଆଶିଷ ହିଂସା ଦିନ(ଅକ୍ଟୋବର ୩) କେଉଁଠି ଥିଲେ ତାହା ଠିକ୍ ଭାବରେ ପୁଲିସ ପାଖରେ କହିପାରି ନଥିବା ହିଶେଷ ସୂତ୍ରରୁ ଜଣାପଡ଼ିଛି। ହିଂସା ଦିନ ସେ ସେଠାରେ ନଥିଲେ ବୋଲି ପ୍ରମାଣ କରିପାରି ନାହାନ୍ତି ଆଶିଷ ମିଶ୍ର।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆଶିଷ ମିଶ୍ର ଅକ୍ଟୋବର ୩ ତାରିଖ ହିଂସା ଘଟିବା ସମୟରେ ଦିନ ୨.୩୩ରୁ ୩.୩୦ ପର୍ଯ୍ୟନ୍ତ କେଉଁଠି ଥିଲେ ତାହା ଠିକ୍ ଭାବରେ କ୍ରାଇମ୍‌ବ୍ରାଞ୍ଚ ଆଗରେ କହିପାରି ନାହାନ୍ତି।

ପୁଲିସ ଦୁଇଥର ନୋଟିସ୍ ଦେବା ପରେ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇଥିଲେ ଅଭିଯୁକ୍ତ ଆଶିଷ ମିଶ୍ର। ସଦର ବିଧାୟକ ଯୋଗେସ ବର୍ମାଙ୍କ ସୁଟରରେ ଯାଇଥିଲେ ଆଶିଷ। ଏବେ ବି କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କ ମୋବାଇଲ୍‌କୁ ସିଜ୍ କରାଯାଇଛି।

ତେବେ ଏପର୍ଯ୍ୟନ୍ତ ଆଶିଷ ମିଶ୍ରଙ୍କୁ କାହିଁକି ଗିରଫ କରାଯାଇ ନାହିଁ ସେ ନେଇ ଗତକାଲି ୟୁପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଲାଗିବା ସତ୍ତ୍ୱେ ତାଙ୍କୁ କାହିଁକି ନୋଟିସ୍ କରାଯାଇଛି ବୋଲି କୋର୍ଟ ପଚାରିଥିଲେ।



from Prameya News7 https://ift.tt/3lsnuyK
ୟୁପି ଲଖିମପୁର ହିଂସା ମାମଲାରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶୀଷ ମିଶ୍ର ୟୁପି ଲଖିମପୁର ହିଂସା ମାମଲାରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶୀଷ ମିଶ୍ର Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.