ଲଖିମ୍‌ପୁର ଖେରି ମାମଲା: କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଗିରଫ Chandan Shishu

ଳଖିମ୍‌ପୁର: ଲଖିମ୍‌ପୁର ଖେରି ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗିରଫ। ୧୧ ଘଣ୍ଟାର ଜେରା ପରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେ ତଦନ୍ତ ବେଳେ କ୍ରାଇମବ୍ରାଞ୍ଚକୁ ସହାୟତା କରିନଥିବା ସୂଚନା ମିଳିଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଶରଣପୁର ଡିଆଇଜି କହିଛନ୍ତି। ଆଶିଷଙ୍କ ନାଁରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଅଭିଯୋଗ ରହିଛି। ଘଟଣାକୁ ନେଇ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଭର୍ତ୍ସନା କରିଥିଲେ।

ସେଦିନ ଘଟଣା ଘଟିବା ପରେ ସେ ନିଖୋଜ ହୋଇଯାଇଥିଲେ ଅର୍ଥାତ୍‌ ତାଙ୍କୁ ପୋଲିସ ଖୋଜି ପାଇନଥିଲା। ବାରମ୍ବାର ଘରକୁ ଯିବା ପରେ ମଧ୍ୟ ସେ ଘରେ ନଥିବା ପରିବାର ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା। ଯାହା ଫଳରେ ପୋଲିସ ବାଧ୍ୟ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ନାରେ ନୋଟିସ୍‌ ଲଗାଇଥିଲା। 

ଆଶିଷଙ୍କ ଆସିବା ନେଇ ପ୍ରାକ୍‌ ସୂଚନା ପାଇବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍‌ ସାମ୍ନାରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହଠାତ୍‌ ଅଫିସ ସାମ୍ନାରେ ସ୍କୁଟରରେ ଦୁଇଜଣ ଆସିଥିଲେ। ଉଭୟ ଧଳା ପାଇଜାମା କୁର୍ତ୍ତା ପିନ୍ଧିଥିଲେ । କିଛି ସୁରକ୍ଷା କର୍ମୀ ସ୍କୁଟର ଆଡକୁ ଯିବାର ଦେଖାଯାଇଥିଲା । ଆଶିଷ ମିଶ୍ରା ସ୍କୁଟରରେ ବସିଆସିଥିବା ଦେଖାଯାଇଥିଲା। ଆଶିଷ ମିଶ୍ରା, (ବିଜେପି)ର ବିଧାୟକ ଯୋଗେଶ ଭର୍ମାଙ୍କ ସହ ସ୍କୁଟିରେ କ୍ରାଇମବ୍ରାଞ୍ଚ ଅଫିସ୍‌ରେ ପହଞ୍ଚିଥିଲେ। 

ଚାଷୀ ନେତାଙ୍କ ଅଭିଯୋଗ ଅନୁସାରେ ଅକ୍ଟୋବର ୩ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ଗାଡ଼ିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ଥିଲେ। ତେବେ ସେ ଗାଡ଼ିରେ ଥିଲେ ନା ନାହିଁ, ଯଦି ଥିଲେ ତେବେ ତାଙ୍କ ସହ କେତେ ଜଣ ଗାଡ଼ିରେ ଥିଲେ। ଯଦି, ସେ ଗାଡ଼ିରେ ନଥିଲେ ତେବେ ସେହି ସମୟରେ ସେହି ଗାଡ଼ିରେ ଆଉ କିଏ ଥିଲେ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଆଶିଷଙ୍କଠୁ ସବିଶେଷ ତଥ୍ୟ ଉଗାଳିଛି। ତେବେ ସେ ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। 

 



from Latest Odisha News, Breaking News Today | Top Updates on Corona - OTV News https://ift.tt/3Bwi1g6
ଲଖିମ୍‌ପୁର ଖେରି ମାମଲା: କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଗିରଫ Chandan Shishu ଲଖିମ୍‌ପୁର ଖେରି ମାମଲା: କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଗିରଫ Chandan Shishu Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.