ବୟଫ୍ରେଣ୍ଡ ରକିଙ୍କ ସହ ହିନାଙ୍କ ବ୍ରେକ୍‌ଅପ୍‌କୁ ନେଇ ଉଠିଲା ପ୍ରଶ୍ନ: ଭାଇରାଲ୍‌ ହେଉଛି ହିନାଙ୍କ ପୋଷ୍ଟ…

ମୁମ୍ବାଇ ୧୦/୧୦: ହିନ୍ଦୀ ଟେଲି ଜଗତର ନାମିଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହିନା ଖାନ। ୟେ ରିସ୍ତା କ୍ୟା କେହେଲାତା ହେ ରୁ ନିଜର ପରିଚୟ ହାସଲ କରିଥିଲେ । ଏହା ପରେ କସୋଟି ଜୀନ୍ଦେଗୀ କି ରେ ନଗେଟିଭ୍‌ ରୋଲ କରି ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ । ତେବେ ସେ ଅକ୍ସରାର ଚରିତ୍ର ପଜିଟିଭ ହେଉ କି କମୋଲିକା ଭଳି ନେଗେଟିଭ ଚରିତ୍ର, ସବୁଥିରେ ଦର୍ଶକଙ୍କ ମନୋରଞ୍ଜନ କରି ପ୍ରଂଶସା ସାଉଁଟି ପାରିଛନ୍ତି। ତେବେ ଏହା ସମସ୍ତେ ଜାଣିଛନ୍ତି ଯେ, ଅଭିନେତ୍ରୀ ହିନା ଖାନ୍‌ ଏବଂ ରକି ଜୟସବାଲ  ଦୁହେଁ ଦୀର୍ଘ ଦିନ ଧରି ରିଲେସନସିପ୍‌ରେ ଅଛନ୍ତି। ପ୍ରାୟ ସମୟରେ ଉଭୟଙ୍କ ଏକାଠି ଫଟୋ ଉଠାଇ  ସୋସିଆଲ ମିଡିଆରେ  ସେୟାର କରିଥାନ୍ତି ।

କିନ୍ତୁ ଗତ କିଛି ଦିନରେ ହିନା ଏକ ପୋଷ୍ଟରେ ଫାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏଭଳି କିଛି ଦେଖାଇଛନ୍ତି ଫ୍ୟାନ୍ସମାନଙ୍କର ରିଆକ୍ସନ ଦେଖିବାକୁ ମିଳିଛି। ତେବେ ସେ ନିଜର ଲାଟେଷ୍ଟ ଫଟୋ ସହ ଇନଷ୍ଟାଗ୍ରାମ ପୋଷ୍ଟରେ ବ୍ରେକଅପ କଥା କହିଛନ୍ତି। ଯାହାକୁ ନେଇ ଫାନ୍ସ ମାନଙ୍କର  ବିଭିନ୍ନ ପ୍ରକାରର ପ୍ରଶ୍ନର ବର୍ଷା ହୋଇଛି।

ତେବେ ହିନାଙ୍କର ଏହି ପୋଷ୍ଟ ଏବେ ଟ୍ଵିଟରରେ ମଧ୍ୟ ଟ୍ରେଣ୍ଡ କରୁଛି। ତେବେ ସମସ୍ତେ ବୟଫେଣ୍ଡ ରକିଙ୍କ ସହ ତାଙ୍କର ବ୍ରେକଅପ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ହିନା ଖାନ ବହୁତ ସମୟ ଧରି ରକିଙ୍କ ସହ ରିଲେସନ୍ ରହିଛନ୍ତି। ଯେବେ ହିନା ଖାନ ବିଗବସ୍‌ରେ ଥିଲେ ତେବେ ରକି ଆସି ତାଙ୍କୁ ସପୋର୍ଟ ମଧ୍ୟ କରିଥିଲେ। ହିନା ଇଣ୍ଡଷ୍ଟ୍ରୀରେ ୧୨ ବର୍ଷ ପୁରା କରି ସାରିଛନ୍ତି । ହେଲେ ହିନା ଏବଂ ରକିଙ୍କ ସାକ୍ଷାତ “ୟେ ରିସ୍ତା କ୍ୟା କେହଲାତା ହେ” ସିରିୟଲ ସୁଟିଂ ସମୟରେ ହୋଇଥିଲା। ହିନା ସେତେବେଳେ ଲିଡ ରୋଲ ଅକ୍ସରା ପ୍ଲେ କରୁଥିବା ବେଳେ ରକି ସୋ’ରେ ସୁପରଭାଇଜିଂ ପ୍ରଡ୍ୟୁସର ରୂପେ କାମ କରୁଥିଲେ ।



from Prameya News7 https://ift.tt/3DoCq7e
ବୟଫ୍ରେଣ୍ଡ ରକିଙ୍କ ସହ ହିନାଙ୍କ ବ୍ରେକ୍‌ଅପ୍‌କୁ ନେଇ ଉଠିଲା ପ୍ରଶ୍ନ: ଭାଇରାଲ୍‌ ହେଉଛି ହିନାଙ୍କ ପୋଷ୍ଟ… ବୟଫ୍ରେଣ୍ଡ ରକିଙ୍କ ସହ ହିନାଙ୍କ ବ୍ରେକ୍‌ଅପ୍‌କୁ ନେଇ ଉଠିଲା ପ୍ରଶ୍ନ: ଭାଇରାଲ୍‌ ହେଉଛି ହିନାଙ୍କ ପୋଷ୍ଟ… Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.