ବାରିପଦା ୧୦।୧୦: ହୁତୁ ହୁତୁ ହୋଇ ଜଳିଗଲା କାର୍ । ଉପରେ ଥିଲା ବିଦ୍ୟୁତ ତାର । ଲୋକଙ୍କ ଉପସ୍ଥିତି ବୁଦ୍ଧି ଲାଗି ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ସ୍ଥାନୀୟଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ଜଗନ୍ନାଥ ମନ୍ଦିର ନିକଟରେ ଘଟିଛି ଏପରି ଘଟଣା ।
ଖବର ଅନୁଯାୟୀ, ବାରିପଦା ସହର ଜଗନ୍ନାଥ ମନ୍ଦିର ଠାରୁ ମଧୁବନ ଗ୍ୟାରେଜ ଛକ ଯିବା ରାସ୍ତାରେ ଗୋଟେ କାରରେ ଆଜି ଭୋର୍ ପାଖା ପାଖି ୫.୩୦ ସମୟରେ ଏକ ପରିତ୍ୟକ୍ତ କାରରେ ନିଆଁ ଲାଗିଥିଲା। ସତ୍ୟଜିତ ପୃଷ୍ଟି ନାମକ ଏକ ଯୁବକ ସେହି ବାଟଦେଇ ମର୍ଣିଂୱାକ୍ କରିବାକୁ ଯିବା ସମୟରେ ଏହି ଦୃଶ୍ୟ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି କାରଟି କାହାର ଜଣାପଡ଼ିଥିବା ବେଳେ, କେଉଁ ପରିସ୍ଥିତରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ତେବେ କାହାର କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ସେପଟେ ଗାଡ଼ି ଉପରେ ଦେଇ ଯାଇଥିବା ବିଦ୍ୟୁତ ତାରରେ ନିଆଁ ଲାଗିଥିଲେ ଏକ ବଡ ଧରଣର ବିପଦ ହୋଇଥାନ୍ତା ଯାହାକୁ ଏଡାଇ ଦେଇଛନ୍ତି ଅଗ୍ନିଶମ ବାହିନୀ ।
from Prameya News7 https://ift.tt/3DqJksx

No comments: