ସୁମା ରିଅଲ ମିଡିଆର ଦଶହରା ଭେଟି, ୧୪ରେ ମୁକ୍ତିଲାଭ କରିବ ‘ମନ ମୋ ନେଇଗଲୁ ରେ’

ଭୁବନେଶ୍ୱର ୧୦/୧୦(ବ୍ୟୁରୋ): ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍‌ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ଡ. ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଆସନ୍ତା ୧୪ରେ ମୁକ୍ତିଲାଭ କରିବ । ଶନିବାର ଅପରାହ୍ଣରେ ସୋଆ କ୍ୟାମ୍ପସ୍‌-୨ ସଭାକକ୍ଷରେ ଏହାର ଅଡିଓ ରିଲିଜ୍‌ ହୋଇଯାଇଛି ।

ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୋଷଣା ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍‌ କରିଥିଲେ । ଏଥିସହିତ ସୁମା ରିଅଲ୍‌ ମିଡିଆର ମ୍ୟୁଜିକ୍‌ ଚ୍ୟାନେଲ୍‌ ‘ଏସ୍‌ଆର୍‌ଏମ୍‌’ର ଲୋଗୋ ଉନ୍ମୋଚନ କରିଥିଲେ ।



from Prameya News7 https://ift.tt/3oNZ8S4
ସୁମା ରିଅଲ ମିଡିଆର ଦଶହରା ଭେଟି, ୧୪ରେ ମୁକ୍ତିଲାଭ କରିବ ‘ମନ ମୋ ନେଇଗଲୁ ରେ’ ସୁମା ରିଅଲ ମିଡିଆର ଦଶହରା ଭେଟି, ୧୪ରେ ମୁକ୍ତିଲାଭ କରିବ ‘ମନ ମୋ ନେଇଗଲୁ ରେ’ Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.