ଭୋଗରାଇ,୦୯/୧୦: ବିପୁଳ ପରିମାଣର ନକଲି ମଦ ଜବତ । ବାଲେଶ୍ୱର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ଓ ୨୨ ଜଣିଆ ଏକ ଟିମ ମିଳିତ ଭାବେ ଚଢଉ କରି ନକଲି ମଦ ଜବତ କରିଛନ୍ତି ।
ରାଜ୍ୟ ରlଜପଥ ୫୭ ବlଟଗ୍ରାମ ଠାରୁ ଅନୁମାନିକ ୯୦୦ ଲିଟର ନକଲି ମଦ ଜବତ ହୋଇଛି।ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ପୂଜା ପାଇଁ ଏହି ନକଲି ମଦ ପଶ୍ଚିମବଙ୍ଗରୁ ଏକ ଖୋଲା ଭ୍ୟାନରେ ଓଡିଶାକୁ ପ୍ରବେଶ କରିଥିଲା।ଭୋଗରାଇ ତହସିଲଦାରଙ୍କ ଉପସ୍ଥିତରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ ଚଢ଼ଉ କରି ଏକ ମଦ ଭର୍ତ୍ତି ଭ୍ୟାନ ସହିତ ୩ ଜଣକୁ ଗିରଫ କରି ତଦନ୍ତ ଚଳାଇଛନ୍ତି।
ଏହି ଚଢ଼ଉରେ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡାଙ୍କ ସହିତ ଅବକାରୀ ବିଭାଗ ୨୨ ଜଣିଆ ଟିମ୍ ଚଢ଼ଉ କରିଥିଲେ।
from Prameya News7 https://ift.tt/3BqkTLb
୯୦୦ ଲିଟର ନକଲି ମଦ ଜବତ, ୩ ଗିରଫ
Reviewed by SUBHENDU BARAL
on
October 08, 2021
Rating:

No comments: