ଦୁନିଆର ସବୁଠାରୁ ଲମ୍ବା କେଶ ଥିବା ମହିଳା, ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ

ନୂଆଦିଲ୍ଲୀ ୦୯/୧୦: ପ୍ରତ୍ୟେକ ଝିଅ ଲମ୍ବା ଏବଂ ଘନ କେଶ ପାଇବାକୁ ଇଚ୍ଛା କରନ୍ତି। କିନ୍ତୁ ଏପରି ବହୁତ କମ୍ ଅଛନ୍ତି ଯାହାଙ୍କ ଏହି ସ୍ୱପ୍ନ ସାକାର ହୁଏ। ଏହିପରି ଆଙ୍କାକ୍ଷା ଯାଦବ ନାମକ ଜଣେ ଝିଅ ଲମ୍ବା କେଶର ସୌକିନ ଥିଲେ। ସେ ତାଙ୍କ ସ୍ୱପ୍ନ ପୁରଣ କରି ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ତାଙ୍କ ନାମ ପଞ୍ଜିକୃତ କରିଛନ୍ତି। ଆଙ୍କାକ୍ଷାଙ୍କ କେଶର ଲମ୍ବ ୯ ଫୁଟ ୧୦.୫ ଇଞ୍ଚ ଅର୍ଥାତ୍ ୩.୦୧ ମିଟର।

PunjabKesari

ତାଙ୍କ କେଶ ହେତୁ ଯାଦବଙ୍କ ନାମ ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ୨୦୨୦-୨୦୨୨ ରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। କୌତୁହଳର ବିଷୟ ହେଉଛି ଏପର୍ଯ୍ୟନ୍ତ କେହି ତାଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇ ନାହାଁନ୍ତି। ମହାରାଷ୍ଟ୍ରର ଥାଣେରୁ ଆସିଥିବା ଆଙ୍କାକ୍ଷା ସୋସିଆଲ ମିଡିଆରେ ନିଜ କେଶର ଭିଡିଓ ଏବଂ ଫଟୋ ସେୟାର କରିଚାଲିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୧୩,୦୦୦ ରୁ ଅଧିକ ଫଲୋୟର୍ସ ଅଛନ୍ତି।

ଆଙ୍କାକ୍ଷା କହିଛନ୍ତି, ସେ କେଶ ଧୋଇବା ଏବଂ ତାହାର ଯତ୍ନ ନେବା ପାଇଁ ଦିନକୁ ୨୦ ମିନିଟରୁ ଅଧିକ ସମୟ ନିଅନ୍ତି ନାହିଁ। ଲମ୍ବା କେଶ ହେତୁ ନେସନାଲ ରେକର୍ଡ ସୃଷ୍ଟି କରିବା ତାଙ୍କ ପାଇଁ ଏକ ବଡ କଥା।

PunjabKesari

ଆକଙ୍କଶା ପୂର୍ବରୁ ଗୁଜୁରାଟର ନିଲାଶୀଂ ପଟେଲ ମଧ୍ୟ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ କରାଇସାରିଛନ୍ତି। ତାଙ୍କ କେଶ ୫ ଫୁଟ ୭ ଇଞ୍ଚ ଲମ୍ବ ଥିଲା। ସପ୍ତାହରେ ଥରେ ନିଲାଶୀଂ କେଶ ଧୋଇଥାନ୍ତି ଏବଂ ତାଙ୍କ ମା ତାଙ୍କୁ ଏଥିରେ ସାହାଯ୍ୟ କରନ୍ତି।



from Prameya News7 https://ift.tt/3AtRgY6
ଦୁନିଆର ସବୁଠାରୁ ଲମ୍ବା କେଶ ଥିବା ମହିଳା, ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦୁନିଆର ସବୁଠାରୁ ଲମ୍ବା କେଶ ଥିବା ମହିଳା, ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ Reviewed by SUBHENDU BARAL on October 08, 2021 Rating: 5

No comments:

Powered by Blogger.