ଅଜଣା ଗାଡି ଧକ୍କାରେ ଯୁବକ ମୃତ, ମିଳିନି ପରିଚୟ

ଜଳେଶ୍ୱର ୧୦।୧୦: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ । ଏବେ ଯାଏଁ ମୃତକ ପରିଚୟ ମିଳିପାରିନାହିଁ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ କୁଣ୍ଡପୁର ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୁଣ୍ଡପୁର ଛକ ନିକଟରେ ଜଣେ ଯୁବକଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହାପରେ ଯୁବକ ଜଣଙ୍କ ତଳେ ପଡିଯାଇଥିଲେ । କିନ୍ତୁ ତଳେ ପଡିବା ମାତ୍ର ଉଡିଯାଇଥିଲା ଯୁବକଙ୍କ ପ୍ରାଣବାୟୁ । ଏହା ଗାଡି ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।



from Prameya News7 https://ift.tt/3oNe96T
ଅଜଣା ଗାଡି ଧକ୍କାରେ ଯୁବକ ମୃତ, ମିଳିନି ପରିଚୟ ଅଜଣା ଗାଡି ଧକ୍କାରେ ଯୁବକ ମୃତ, ମିଳିନି ପରିଚୟ Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.