ରାସ୍ତା ଖରାପ ଲାଗି ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

କରଞ୍ଜିଆ ୦୫।୧୦: ସ୍ୱାସ୍ଥ୍ୟ ସେବାର ଆଉ ଏକ ନଗ୍ନ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ରାସ୍ତା ଭଲ ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଯାହାଫଳରେ  ୨କିମି ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଆସିଲେ ଗର୍ଭବତୀ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ଖବର ଅନୁଯାୟୀ, ଠାକୁରମୁଣ୍ଡା ବେଣୁଆଦର ସାହିର ରାମ ପୂର୍ତ୍ତିଙ୍କ ଗର୍ଭବତୀ ସ୍ତ୍ରୀ ସମ୍ବାରି ପୂର୍ତ୍ତିଙ୍କ  ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ସ୍ୱାମୀ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଗାଁ ଅଭିମୁଖେ ଆସିଥିଲେ , ହେଲେ ଭାଲିଆଡ଼ାଳରୁ ବେଣୁଆଦର ମଧ୍ୟରେ ଥିବା ପ୍ରାୟ ୨କିମି ରାସ୍ତା ଖରାପ ଥିଲା । ଯାହାଫଳରେ ୧୦୮ ଆମ୍ବୁଲାନ୍ସଟି ଘର ପାଖକୁ ଯାଇପାରିନଥିଲା ।ଶେଷରେ ଗର୍ଭ ଯନ୍ତ୍ରଣା ପାଉଥିବା ସମ୍ବାରିକୁ ଗ୍ରାମବାସୀମାନେ ୨କିମି ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଠାକୁରମୁଣ୍ଡା ମେଡିକାଲରେ ସମ୍ବାରି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ଜଣାପଡିଛି ।



from Prameya News7 https://ift.tt/3ou0npv
ରାସ୍ତା ଖରାପ ଲାଗି ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ ରାସ୍ତା ଖରାପ ଲାଗି ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ Reviewed by SUBHENDU BARAL on October 04, 2021 Rating: 5

No comments:

Powered by Blogger.