ସମ୍ବଲପୁର, ୦୫|୧୦: ସମ୍ବଲପୁର ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଇବା ବେଳେ ବାପା, ପୁଅ, ଝିଅ ଭାସିଯିବା ଘଟଣା। ଏଯାଏଁ ମିଳିନି ନିଖୋଜ ଝିଅର ପତ୍ତା ।
ସୂଚନାନୁସାରେ, ସୋମବାର ପେନସନ ପଡାର ମହମ୍ମଦ ଅଲତାଫଙ୍କ ସହ ପୁଅ ଆଫତାବ ଓ ଝିଅ ରୁକସାନା ବେଗମ ଗାଧୋଇବାକୁ ଯାଇଥିବାବେଳେ ଭାସିଯାଇଥିଲେ । ପ୍ରଥମେ ଗାଧୋଇବା ବେଳେ ଭାଇ ଓ ଭଉଣୀ ଭାସିଯାଇଥିଲେ । ନିଜ ପୁଅଝିଅଙ୍କୁ ବୁଡିବାର ଦେଖି ବାପା ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଥିଲେ । ତେବେ ସେ ମଧ୍ୟରେ ପାଣିରେ ଭାସି ଯାଇଥିଲେ ।
ବହୁ ଖୋଜା ଖୋଜି ପରେ ବାପା, ପୁଅଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଝିଅର ପତ୍ତା ମିଳନଥିଲା । ରାତି ଅଧିକ ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ପୁଣି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।
from Prameya News7 https://ift.tt/3msAQKu
ମହାନଦୀରେ ବାପା-ପୁଅ-ଝିଅ ଭାସିଯିବା ଘଟଣା : ଏଯାଏଁ ମିଳିନି ନିଖୋଜ ଝିଅର ପତ୍ତା
Reviewed by SUBHENDU BARAL
on
October 04, 2021
Rating:
No comments: