ଆଇପିଏଲ ସିଜିନରେ ଦ୍ରୁତତମ ବଲ୍ ଫିଙ୍ଗିବାର ମିଳିଲା ଉପହାର, ଭାରତୀୟ ଦଳରେ ସାମିଲ ହେଲେ ଉମରାନ ମଲିକ

ନୂଆଦିଲ୍ଲୀ ୦୯।୧୦: ନିଜ ଗତିରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଜାମ୍ମୁ ଓ କାଶ୍ମୀରର ଦ୍ରୁତ ବୋଲର ଉମରାନ ମଲିକଙ୍କୁ ଆଗାମୀ ଟି-୨୦ ବିଶ୍ଵ କପ୍‌ ପାଇଁ  ଭାତରୀୟ ଦଳରେ ସାମିଲ୍ କରାଯାଇଛି। ତାଙ୍କୁ  ନେଟ୍ ବୋଲର ଭାବେ ଦଳରେ ଚୟନ କରାଯାଇଛି। ବିସିସିଆଇ ପକ୍ଷରୁ ଏ ନେଇ ଶନିବାର ସୂଚନା ଦିଆଯାଇଛି। ଉମରାନ ହେଉଛନ୍ତି ଆଇପିଏଲର ୧୪ତମ ସିଜିନରେ ସବୁଠୁ ଦ୍ରୁତତମ ଗତିରେ ଫିଙ୍ଗିଥିବା ବୋଲର। ସେ ଭାରତୀୟ ଦଳ ସହ ନେଟ୍ ବୋଲର ଭାବେ ରହିବେ।

ଆଇପିଏଲରେ ନିଜର ଗତି ପାଇଁ ଉମରାନ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ବ୍ୟାଟସମ୍ୟାନଙ୍କୁ ନେଟ୍‌ରେ ତାଙ୍କୁ ସାମ୍ନା କରିବା ଏକ ଭଲ ବିଚାର ରହିବ। ବିରାଟ କୋହଲି ଏବଂ ରୋହିତ ଶର୍ମା ପରି ଦମଦାର ବ୍ୟାଟସମ୍ୟାନଙ୍କ ସାମ୍ନାରେ ବୋଲିଂ କଲେ ଉମରାନଙ୍କୁ ମଧ୍ୟ ବହୁତ ଅନୁଭବ ହାସଲ ହେବ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି।

ହାଇଦ୍ରାବାଦର ଏହି ଦ୍ରୁତ  ବୋଲର ଗତ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ସବୁଠୁ ଦ୍ରୁତ ବଲ୍ ଫିଙ୍ଗିବାର ରେକର୍ଡ କରିଥିଲେ। ସେ ଘଣ୍ଟା ପ୍ରତି ୧୫୨.୯୫ କିଲୋମିଟର ବେଗରେ ବୋଲିଂ କରିଥିଲେ। ଆରସିବି ଇନିଂସର ନବମ ଓଭରରେ ଉମରାନ ମଲିକ ଘଣ୍ଟା ପ୍ରତି ୧୪୭, ୧୫୦, ୧୫୧.୯, ୧୫୨.୯୫ କିଲୋମିଟର ବେଗରେ ବୋଲିଂ କରିଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ବୋଲିଂକୁ ପ୍ରଶଂସା କରିଥିଲେ। ମ୍ୟାଚ୍ ପରେ କୋହଲି ତାଙ୍କୁ ନିଜର ଅଟୋଗ୍ରାଫ ମଧ୍ୟ ଦେଇଥିଲେ। ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଆରସିବିକୁ ରୋମାଞ୍ଚକର ମୁକାବିଲାରେ ୪ ରନରେ ପରାସ୍ତ କରିଥିଲା।



from Prameya News7 https://ift.tt/3Fw3qDF
ଆଇପିଏଲ ସିଜିନରେ ଦ୍ରୁତତମ ବଲ୍ ଫିଙ୍ଗିବାର ମିଳିଲା ଉପହାର, ଭାରତୀୟ ଦଳରେ ସାମିଲ ହେଲେ ଉମରାନ ମଲିକ ଆଇପିଏଲ ସିଜିନରେ ଦ୍ରୁତତମ ବଲ୍ ଫିଙ୍ଗିବାର ମିଳିଲା ଉପହାର, ଭାରତୀୟ ଦଳରେ ସାମିଲ ହେଲେ ଉମରାନ ମଲିକ Reviewed by SUBHENDU BARAL on October 09, 2021 Rating: 5

No comments:

Powered by Blogger.