ପାରିବାରିକ କଳହରୁୁ କରୁଣ ପରିଣତି : ବୋହୂକୁ ଲଣ୍ଡା କଲେ ଶାଶୁଘର ଲୋକେ; ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଆସିଲା ଅଭାବନୀୟ ଦୃଶ୍ୟ Kanak News

କନକ ବ୍ୟୁରୋ : କୁଚିଣ୍ଡା ଥାନା ପାରୁଆଭାଡ଼ି ଗାଁରେ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ପ୍ରତି ଜଘନ୍ୟ ଅବିଚାର କରାଯାଇଛି। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ତାଙ୍କୁ ଲଣ୍ଡା କରିବା ସହିତ ଜରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମହିଳାଙ୍କ ଶାଶୁ ଦୁଃଖୀ ଛତ୍ରିଆ, ଦେଡ଼ଶାଶୂ ସରସ୍ବତୀ ପ୍ରଧାନ, ନଣନ୍ଦ ଜୟକାନ୍ତୀ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅନ୍ୟମାନଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଥାନା ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, କୁଚିଣ୍ଡା ବ୍ଲକ୍ ପାରୁଆଭାଡ଼ି ପଞ୍ଚାୟତ ମହୁକୁମୁରାର ଗୋପାଳ ଛତ୍ରିଆଙ୍କ ପୁଅ ବବୁଲୁ ଉମନ୍ତି ଛତ୍ରିଆଙ୍କୁ ବିବାହ କରିଛନ୍ତି । ବବୁଲୁ ଝାରସୁଗୁଡ଼ାରେ ଶ୍ରମିକ ଭାବେ କାମ କରନ୍ତ । ଏଠାରେ ଘରେ ଉମନ୍ତି ଶାଶୁ ଓ ଶ୍ବଶୁରଙ୍କ ସହିତ ରୁହନ୍ତି । ତେବେ ବବୁଲୁଙ୍କ ଅନୁପସ୍ଥିତିରେ ପରିବାର ଲୋକ ଯୌତୁକ ଦାବି କରି ଉମନ୍ତିଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ପରିବାରରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ଏହି ଘଟଣାରେ ଉମନ୍ତିଙ୍କୁ ପରିବାର ଲୋକ ମାଡ଼ ମାରିବା ସହିତ ତାଙ୍କ ବ୍ଲାଉଜ୍ ଚିରି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ପରିବାର ଲୋକ ଓଲଟା ତାଙ୍କ ଉପରେ ଦୋଷ ଲଦିଥିଲେ। ଏ ସଂକ୍ରାନ୍ତରେ ଗତ ୭ ତାରିଖରେ ଗାଁରେ ଏକ ସଭା କରାଯାଇ ଉମନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୬ ହଜାର ଟଙ୍କା ଅର୍ଥ ଦଣ୍ଡ ସହ ତାଙ୍କୁ ଲଣ୍ଡା କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ମୁଣ୍ଡ ଲଣ୍ଡା ଦଣ୍ଡକୁ ପରିବର୍ତ୍ତନ କରିବାକୁ ଉମନ୍ତିଙ୍କ ସ୍ବାମୀ ବବଲୁ ଯେତେ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନଥିଲେ ।
ସଭାରେ ଧନେଶ୍ୱର ଧାନ, ରତ୍ନାକର ଛତ୍ରିଆ, ଗୁରୁଚରଣ ଭାସ୍କର, ଶ୍ରୀ କର, ରାମ, ଲକ୍ଷ୍ମଣ, ଚଞ୍ଚଳା, ଗୋପାଳ ଛତ୍ରିଆଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟରେ ଏହି ନିଷ୍ପତ୍ତି ନିଆଯବା ସହିତ ତାଙ୍କୁ ଲଣ୍ଡା କରାଯାଇଥିବା ଉଭୟ ସ୍ବାମୀ ଓ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଲଣ୍ଡା କରାଯାଉଥିବା ବେଳେ ଗ୍ରାମର ଅନ୍ୟମାନେ ଦେଖୁଥିଲେ ମଧ୍ୟ କେହି ବିରୋଧ କରି ନଥିଲେ। ଘଟଣା ବିଷୟରେ ଥାନାରେ ଅଭିଯୋଗ କଲେ ଜାତିରୁ ବାହାର କରିଦିଆଯିବ ବୋଲି ଧମକ ଦିଆଯାଇଥିଲା ବୋଲି ଉମନ୍ତି ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣାର ଦୁଇ ଦିନ ପରେ ଉମନ୍ତି ସ୍ବାମୀ ବାବୁଲୁ ସହିତ କୁଚିଣ୍ଡା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭିଣୋଇ ସୁଶାନ୍ତ, ନଣନ୍ଦଙ୍କ ସ୍ବାମୀ ଶଙ୍କର ମାଝୀ, କଙ୍ଗାରୁ କୋର୍ଟ ମୁଖ୍ୟ ଧନେଶ୍ୱର ଧାନ, ରତ୍ନାକର ଛତ୍ରିଆ, ଗୁରୁଚରଣ, ଭାସ୍କର, ଶ୍ବଶୁର ଗୋପାଳ ପ୍ରମୁଖଙ୍କୁ ଅଟକ ରଖି ପଚରାଉଚରା କରୁଛି।
from Kanak News https://ift.tt/372Yir1 https://ift.tt/3aXsox4
No comments: