ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାର ଏକ ହସ୍ପିଟାଲ୍ରେ ନିଆଁ ଲାଗି ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍ର Special Newborn Care Unit (SNCU)ରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତି ୨ଟାରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ଅଗ୍ନିକାଣ୍ଡ ସମୟରେ SNCUରେ ୧୭ଜଣ ଶିଶୁ ଥିଲେ। ଘଟଣାସ୍ଥଳରେ ୧୦ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଆଁ ଲାଗିବା ପରେ ଶିଶୁ ମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ।
୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍ର neonatal ସେକ୍ସନରୁ ଧୂଆଁ ବାହାରୁଥିବା ପ୍ରଥମେ ଜଣେ ନର୍ସ ଦେଖିଥିଲେ। ଏହାପରେ ସେ ଡାକ୍ତରମାନଙ୍କୁ ଓ ଅନ୍ୟ ଷ୍ଟାଫ୍ ମାନଙ୍କୁ ଏସମ୍ପର୍କରେ ଆଲର୍ଟ କରାଇଥିଲେ। ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
SNCUରେ ଭର୍ତ୍ତି ହୋଇଥିବା ସମସ୍ତ ୧୭ ଶିଶୁଙ୍କ ବୟସ ୧ମାସରୁ ୩ମାସ ମଧ୍ୟରେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ହସ୍ପିଟାଲ୍ର SNCU ବିଭାଗରେ ଏତେ ବଡ଼ ଅଗ୍ନିକାଣ୍ଡ କିପରି ଘଟିଲା ତାକୁ ନେଇ ପ୍ରଶ୍ନ ଉଠିଛି।
The post ହସ୍ପିଟାଲ୍ରେ ନିଆଁ ଲାଗି ୧୦ ଶିଶୁ ମୃତ appeared first on OTV Khabar..
from OTV Khabar. https://ift.tt/3q3KjYW
Reviewed by SUBHENDU BARAL
on
January 08, 2021
Rating:
No comments: