ସିଡନୀ, ୦୯|୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ତୃତୀୟ ଦିନ ଲଞ୍ଚ୍ ସୁଦ୍ଧା ଭାରତ ୪ ଓ୍ୱିକେଟ୍ ହରାଇ ୧୮୮ ରନ୍ କରିଛି । କ୍ରିଜରେ ଏବେ ଚେତେଶ୍ୱର ପୂଜାରା ଓ ଋଷଭ ପନ୍ତ ବ୍ୟାଟିଂ କରୁଛନ୍ତି ।
୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୪୫ ଓଭରରେ ୨ ଓ୍ୱିକେଟ୍ ହରାଇ ୯୬ରନ୍ କରିଥିଲା । ଭାରତ ପକ୍ଷରୁ ଶୁଭମନ୍ ଗିଲ୍ ସର୍ବାଧିକ ୫୦ରନ୍ ଏବଂ ରୋହିତ ଶର୍ମା ୨୬ ରନ୍ ପାଭିଲିୟନ ଫେରିଥିଲେ । ତେବେ ତୃତୀୟ ଦିନ ଆରମ୍ଭରୁ ଦଳ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ଓ୍ୱିକେଟ୍ ହରାଇଥିଲା । ରାହାଣେ ୨୨ ଓ ହନୁମା ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।
ଏବେ ଭାରତର ସ୍କୋର ୪ ଓ୍ୱିକେଟରେ ୧୮୮ ରହିଛି । କ୍ରିଜରେ ଋଷଭ ପନ୍ତ ୩୪ ଓ ପୂଜାରା ୪୫ ରନରେ ବ୍ୟାଟିଂ କରୁଛନ୍ତି । ଭାରତ ଏବେବି ଅଷ୍ଟ୍ରେଲିଆଠୁ ୧୫୦ ରନ୍ ପଛରେ ରହିଛି ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜୋସ ହଜଲଉଡ୍ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।
from Prameya News7 https://ift.tt/3i0O0Mf
ସିଡନୀ ଟେଷ୍ଟ୍ : ତୃତୀୟ ଦିନ ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତ ୧୮୮/୪, ଅର୍ଦ୍ଧଶତକର ନିକଟତର ପୂଜାରା
Reviewed by SUBHENDU BARAL
on
January 08, 2021
Rating:

No comments: