ଭୁବନେଶ୍ୱର: ଶେଷ ହୋଇଛି ସବୁ ପ୍ରତୀକ୍ଷା। ରାଜ୍ୟକୁ ମିଳିଛି କରୋନା ସଞ୍ଜିବନୀ। ମହାମାରୀ କରୋନାକୁ ମାତ୍ ଦେବା ଲାଗି ରାଜ୍ୟରେ ଭ୍ୟାକ୍ସିନ୍ ପହଞ୍ଚିବା ପରେ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି।
ପୁରୀ, କଟକ, ନୟାଗଡ଼ ସମେତ କିଛି ଜିଲ୍ଲାରେ କରୋନା ଭ୍ୟାକସିନ୍ ପହଞ୍ଚି ସାରିଛି। ପୁରୀରେ ଜିଲ୍ଲା ଟିକା ଭଣ୍ଡାରରେ ରଖାଯାଇଛି ଭାକ୍ସିନ୍। ପୁରୀରେ ୧୦ ହଜାର ୭ ଶହ କୋଭିଡ୍ ଯୋଦ୍ଧାଙ୍କୁ ଭ୍ୟାକ୍ସିନ୍ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୭ ହଜାର ଭ୍ୟାକ୍ସିନ୍ ଯାଇଥିବା ବେଳେ ଦ୍ୱିତୀୟ ପଯର୍ୟାୟରେ ଆଉ ଭ୍ୟାକ୍ସିନ୍ ଅଣାଯିବ ବୋଲି ଏଡିଏମ୍ କହିଛନ୍ତି।
ସେହିପରି କଡ଼ା ସୁରକ୍ଷା ଭିତରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟିକା ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି ଭ୍ୟାକ୍ସିନ୍। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼କୁ ମିଳିଛି ୪ ହଜାର ଟିକା।
ଆସନ୍ତା ଶନିବାର ୧୬ ତାରିଖ ଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ ହେବ। ଏଥିପାଇଁ ୧୬୦ଟି ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ଏହାମଧ୍ୟରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍ ହସପିଟାଲ୍ରେ ଟୁ ୱେ କମ୍ୟୁନିକେସନ୍ ରହିବ। ଅର୍ଥାତ ଏ ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍ବ୍ୟାକ୍ ନେଇ ପାରିବେ। ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି।
ଜିଲ୍ଲା ଭ୍ୟାକ୍ସିନ୍ ଷ୍ଟୋରରୁ କୋଲ୍ଡ ଚେନ୍ ପଏଣ୍ଟ ଦେଇ ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭ୍ୟାକସିନ୍। ସେଠାରେ ଟିକାଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଛୋଟ ସିସି ଆସିଛି। ଗୋଟିଏ ସିସିରେ ୫ ml ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ୍ ଡୋଜ୍ ଦିଆଯାଇପାରିବ। ଏହାକୁ ହିସାବ କଲେ ଏବେ ୪ ଲକ୍ଷ ୮ ହଜାର ଡୋଜ୍ ରହିଛି।ଏଥିରେ ୧ ଲକ୍ଷ ୯୧ ହଜାର ଜଣଙ୍କୁ ଟିକାକରଣ କରାଯାଇପାରିବ। ତେବେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।
ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ୧୬ ତାରିଖରୁ ୫ଟି ସେଣ୍ଟର- କ୍ୟାପିଟାଲ୍ ହସ୍ପିଟାଲ୍, ଯୁନିଟ-୪, ବିଏମ୍ସି ହସ୍ପିଟାଲ୍, ସମ୍ ଏବଂ କିମ୍ସ ହସ୍ପିଟାଲ୍ରେ ଟିକା ଦିଆଯିବ ବୋଲି ବିଏମ୍ସି କମିଶନର୍ ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଗତକାଲି ଅପରାହ୍ଣରେ କୋଭିସିଲ୍ଡ ଟିକାକୁ ନେଇ ସ୍ପାଇସ୍ ଜେଟ୍ର ଏକ ବିମାନ ଏୟାରପୋର୍ଟରେ ପହଞ୍ଚିଥିଲା। ଏହାପରେ ସେଠାରୁ ପୋଲିସ୍ ପାଇଲଟିଂରେ ୩ଟି ରେଫ୍ରିଜେଟର୍ ଭ୍ୟାକ୍ସିନ୍ ଭ୍ୟାନ୍ରେ ଟିକା ଲୋଡ୍ ହୋଇ ସିଧାସଳଖ ରାଜ୍ୟ ଭ୍ୟାକସିନ୍ ଷ୍ଟୋରକୁ ନିଆଯାଇଥିଲା। ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରିଜେଟର୍ ସମେତ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଏହିଠାରୁ ହିଁ ବିଭିନ୍ନ ଜିଲ୍ଲାର ଭ୍ୟାକସିନ୍ ଷ୍ଟୋରକୁ ଟିକା ପହଞ୍ଚିବ।
The post ଓଡ଼ିଶାର ଏହିସବୁ ଜିଲ୍ଲାକୁ ପଠାଗଲା କରୋନା ଭ୍ୟାକ୍ସିନ୍ appeared first on OTV Khabar..
from OTV Khabar. https://ift.tt/2K8sMzy
Reviewed by SUBHENDU BARAL
on
January 12, 2021
Rating:
No comments: