ଓଭରଲୋଡ଼ ହେଲା କାଳ ! ଅଧାରାସ୍ତାରେ ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ

ରାୟଗଡ଼ା ୧୩।୦୧: ଭାରସାମ୍ୟ ହରାଇ ଓଲଟିଲା କପା ବୋଝେଇ ଟ୍ରାକ୍ଟର । ଦୁର୍ଘଟଣାରେ ଡ୍ରାଇଭର ସମେତ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପରି ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କ୍ରିକାଲୁପାଡୁ ଗାଁ ନିକଟରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଟ୍ରାକ୍ଟରଟି ମାଝିଗୁଡା ଗାଁରୁ ବେଲକଣା ଗାଁକୁ ଯାଉଥିଲା । କିନ୍ତୁ ଅଧାରାସ୍ତାରେ ମାତ୍ରାଧିକ ଲୋଡ଼ ଯୋଗୁଁ ଟ୍ରାକ୍ଟରଟି ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ଲାଗି ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳା ଶ୍ରମିକ ଜଣଙ୍କୁ ଗୁରୁତର ହୋଇଥିଲେ ।

ସେଠାରୁ ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏପରିକି ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଦୁର୍ଘଟମଆରେ ଅନ୍ଯ ଦୁଇ ଜଣ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମଧ୍ୟ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର କଲ୍ୟାଣସିଂହପୁର ପୋଲିସକୁ ଦିଆଯାଇଥିଲା । ଖବର ପାଇବା ମାତ୍ରେ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।



from Prameya News7 https://ift.tt/38Cf15C
ଓଭରଲୋଡ଼ ହେଲା କାଳ ! ଅଧାରାସ୍ତାରେ ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ ଓଭରଲୋଡ଼ ହେଲା କାଳ ! ଅଧାରାସ୍ତାରେ ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.