ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଘାଟିରେ ଓଲଟିଲା ବସ୍‌ Rajalaxmi Sahoo

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଘାଟିରେ ଓଲଟିଲା ଘରୋଇ ବସ୍‌। କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିର ଦ୍ୱିତୀୟ ବୁଲାଣିରେ ଏହି ଦୁର୍ଘଟଣା ଘଟିଛି। ଘାଟିରେ ବସ୍ ଓଲଟି ପଡ଼ିବା ଯୋଗୁ ହେଲ୍‌ପର୍‌ ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ବସ୍‌ରେ ୩୦ରୁ ୪୦ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଭାରସାମ୍ୟ ହରାଇ ବସ୍‌ଟି ଘାଟିର ଦ୍ୱିତୀୟ ବୁଲାଣିରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ‘ଦିଲଖୁସ୍’ ନାମକ ଏହି ବସ୍‌ଟି ଘାଟିରେ ଓଲଟି ପଡ଼ିଥିଲା। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି‌ ୨ ଗୁରୁତରଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

The post ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଘାଟିରେ ଓଲଟିଲା ବସ୍‌ appeared first on OTV Khabar..



from OTV Khabar. https://ift.tt/3nz0lsg
ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଘାଟିରେ ଓଲଟିଲା ବସ୍‌ Rajalaxmi Sahoo ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଘାଟିରେ ଓଲଟିଲା ବସ୍‌ Rajalaxmi Sahoo Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.