ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ବସ୍ Rajalaxmi Sahoo

କାମାକ୍ଷାନଗର(ବିଦ୍ୟାଧର ବରାଳ): ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ବସ୍‌। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ରାମିଆଳ ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ‘ଶ୍ରୀରାମଜୀ’ ନାମକ ଏହି ବସ୍‌ଟି ୨୫ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଆଳୁତୁମା ବ୍ରିଜ୍‌ ନିକଟରେ ଏନ୍‌ଏଚ୍‌-୫୩ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହାଇୱା ଟ୍ରକ୍‌ ସାମ୍ନାକୁ ଚାଲି ଆସିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ସୂଚନାଥାଉ କି, ଗତକାଲି ଭୋର ସମୟରେ କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ‘ଦିଲଖୁସ୍’ ନାମକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ବସ୍‌ଟି ଆମପାଣି ଘାଟିର ଦ୍ୱିତୀୟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିର ହେଲ୍‌ପର୍‌ ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ ବସ୍‌ରେ ୩୦ରୁ ୪୦ଜଣ ଯାତ୍ରୀ ଥିଲେ।

The post ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ବସ୍ appeared first on OTV Khabar..



from OTV Khabar. https://ift.tt/3bBWgRH
ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ବସ୍ Rajalaxmi Sahoo ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ବସ୍ Rajalaxmi Sahoo Reviewed by SUBHENDU BARAL on January 13, 2021 Rating: 5

No comments:

Powered by Blogger.