ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ। କ୍ୟାପିଟାଲ୍ ହିଲ୍ରେ ହୋଇଥିବା ହିଂସା ପରେ ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ସିନେଟ୍ରେ ପୁଣି ଥରେ ଟ୍ରମ୍ପଙ୍କୁ ବିତାଡ଼ିତ କରିବାକୁ ପ୍ରସ୍ତାବ ପାରିତ କରାଯାଇଛି।
ଟ୍ରମ୍ପଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ତାଙ୍କ ମହାଭିଯୋଗ ପ୍ରସ୍ତାବକୁ ଖୋଦ୍ ତାଙ୍କ ଦଳ ତଥା ରିପବ୍ଲିକାନରୁ ୧୦ ଜଣ ସଭ୍ୟ ବି ଏହାକୁ ସମର୍ଥନ ଜଣାଇଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତିଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି।
Majority of US House votes to impeach US President Donald Trump: AFP news agency https://t.co/C90g8ygIm1
— ANI (@ANI) January 13, 2021
ଗତକାଲି ହୋଇଥିବା ଭୋଟ୍ରେ ସିନେଟ୍ରେ ୨୩୨ ସଦସ୍ୟଙ୍କ ମଧ୍ୟରୁ ୧୯୭ ଜଣ ଏହାକୁ ସମର୍ଥନ କରିଛନ୍ତି। ବାଚସ୍ପତି ନାନସି ପିଲୋସି ଏନେଇ ପ୍ରତିକ୍ରିୟା ରଖିଛନ୍ତି, ଖୁବ୍ ଶୀଘ୍ର ଶୁଣାଣି ତଥା ଭୋଟିଂ ହେବ। ଆସନ୍ତା ୨୦ରେ ବିଧିବଦ୍ଧ ଭାବେ ଜୋଏ ବିଡେନ୍ ଆମେରିକାର ପରବର୍ତ୍ତି ରାଷ୍ଟ୍ରପତି ଭାବେ ଶପଥ ନେବେ।
ତେବେ ଏହା ପୂର୍ବରୁ ଏହି ପ୍ରକ୍ରିୟା ସରିବ। ଗତ ୬ ତାରିଖପରେ ୟୁଏସ୍ କଂଗ୍ରେସ ଚାଲିଥିବା ବେଳେ ଆମେରିକାରେ ହିଂସାତ୍ମକ ଘଟଣା ଘଟିଥିଲା। ଯାହାପରେ ଏବେ ସାରା ବିଶ୍ୱରୁ ଏହାକୁ ନିନ୍ଦା କରାଯାଇଛି। ହିଂସାକାଣ୍ଡ ପଛରେ ଟ୍ରମ୍ପଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ତାଙ୍କୁ ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍ ବ୍ଲକ କରିଛନ୍ତି।
The post ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ appeared first on OTV Khabar..
from OTV Khabar. https://ift.tt/3nJdUFu
No comments: