ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ମିଳୁନି ସୁବିଧା । ଖେଳାଳି ନିଜେ ପାଇଖାନା ସଫା କରୁଛନ୍ତି, ଗୋଟିଏ ମହଲାରୁ ଆଉ ଗୋଟିଏ ମହଲାକୁ ଆସିବାକୁ ମିଳୁନି ଅନୁମତି । Kanak News

କନକ ବ୍ୟୁରୋ : ଅତି ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ଟେଷ୍ଟ୍ ଖେଳିବା ଲାଗି ମଙ୍ଗଳବାର ଭାରତୀୟ କ୍ରିକେଟ୍ ଦଳ ସିଡନିରୁ ବ୍ରିସୋବନରେ ପହଞ୍ଚିଛି। ଗାବା ଷ୍ଟାଡିୟମଠାରୁ ୪ କିଲୋମିଟର ଦୂରରେ ଥିବା ଏକ ପଞ୍ଚତାରକା ହୋଟେଲରେ କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତୀୟ ଖେଳାଳିଙ୍କ ରହଣୀ ବ୍ୟବସ୍ଥା କରିଛି। ହୋଟେଲର କୋଠରିଗୁଡ଼ିକୁ ଭାରତୀୟ ଖେଳାଳି ପସନ୍ଦ କରିଛନ୍ତି। ତେବେ ଏଠାରେ ସଂପ୍ରତି ଅନ୍ୟ କେହି ନଥିବାରୁ ହୋଟେଲରେ ରହିବା ଜେଲଖାନାରେ ରହିବା ଭଳି ଲାଗୁଛି ବୋଲି ଭାରତୀୟ ଦଳର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି। ସେହିଭଳି କ୍ରିକେଟ୍ ଅଷ୍ଟ୍ରେଲିଆ ଯେଉଁ ସବୁ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା, ହୋଟେଲରେ ତା’ର ଠିକ୍ ବିପରୀତ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ଏପରିକି ଭାରତୀୟ ଦଳ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହେଉଥିବା ଜଣାପଡ଼ିଛି।
ନିଜେ ପାଇଖାନା ସଫା କରୁଛନ୍ତି, ଶେଯ ବିଛାଉଛନ୍ତି
ଭାରତୀୟ ଖେଳାଳିମାନେ ରହୁଥିବା ହୋଟେଲର ଗୋଟିଏ ମହଲାରୁ ଅନ୍ୟ ମହଲାକୁ ଯାତାୟତ ଉପରେ ମଧ୍ୟ ଅଙ୍କୁଶ ରହିଛି। ଖେଳାଳିମାନେ ଆପାତତଃ ନିଜ ନିଜ କୋଠରି ଭିତରେ ଆବଦ୍ଧ ରହୁଛନ୍ତି। ବାହାରୁ କେହି ହୋଟେଲ ଭିତରେ ପ୍ରବେଶ କରିବାର ଅନୁମତି ନଥିବାରୁ ନିଜ କାମ ନିଜେ କରିବାକୁ ବାଧ୍ୟ ହେଉଛନ୍ତି। ଶେଯ ବିଛାଇବାଠାରୁ ଆରମ୍ଭ କରି ପାଇଖାନା ସଫା ପର୍ଯ୍ୟନ୍ତ ସବୁକାମ କରିବାକୁ ବାଧ୍ୟ ହେଉଛନ୍ତି। ଖାଦ୍ୟ ହୋଟେଲ୍ ନିକଟରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରୁ ଆସୁଛି। ହୋଟେଲରେ କିନ୍ତୁ ଅନ୍ୟ କୌଣସି ଅତିଥି ନାହାନ୍ତି। ଏହା ଏକ ଭୂତକୋଠି ଭଳି ଲାଗୁଛି। ଭାରତୀୟ ଖେଳାଳିଙ୍କୁ ସୁଇମିଂ ପୁଲ୍ କିମ୍ବା ବ୍ୟାୟାମଶାଳା ବ୍ୟବହାର କରିବାର ଅନୁମତି ନାହିଁ। ଯେଉଁ ଜିମ୍ ଅଛି, ତାହା ମଧ୍ୟ ଅତି ନିମ୍ନମାନର, ଅନ୍ତର୍ଜାତୀୟ ସ୍ତରର ନୁହେଁ। ଅନ୍ୟାନ୍ୟ ସୁବିଧା ସୁଯୋଗ ବ୍ୟବହାର କରିବା ଉପରେ ବି ଅଙ୍କୁଶ ରହିଛି। ଅଷ୍ଟ୍ରେଲିଆ ପହଞ୍ଚିବା ପରେ ଭାରତୀୟ ଖେଳାଳିଙ୍କର ୧୫ରୁ ୨୦ଥର କୋଭିଡ୍ ପରୀକ୍ଷା ହୋଇସାରିଲାଣି। ବାଧ୍ୟତାମୂଳକ ସଙ୍ଗରୋଧ ବି ଶେଷ ହୋଇଛି।
ଏଥିନେଇ ଭାରତୀୟ ଖେଳାଳିଙ୍କ ଅଭିଯୋଗ ପରେ ବିସିସିଆଇ ହସ୍ତକ୍ଷେପ କରିଛି। ତୁରନ୍ତ ଏହାର ପ୍ରତିକାର କରିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ କହିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ବି ସମସ୍ତ ସୁବିଧାସୁଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛି। ଭାରତୀୟ ଦଳ ହୋଟେଲରେ ଥିବା ସମସ୍ତ ଲିଫ୍ଟ ବ୍ୟବହାର କରିପାରିବ। ସେମାନେ ମଧ୍ୟ ଜିମର ଉପଯୋଗ କରିପାରିବେ। ସେମାନଙ୍କୁ ରୁମ୍ ସେବା ଏବଂ ସଫେଇ କର୍ମଚାରୀ ଯୋଗାଇ ଦିଆଯିବ। ପୁଣି ଭାରତୀୟ ଦଳକୁ ଏକ ସ୍ବତନ୍ତ୍ର ରୁମ୍ ଯୋଗାଇ ଦିଆଯିବ ଯେଉଁଠାରେ କି ଖେଳାଳିମାନେ ଏକତ୍ରିତ ହୋଇ ବୈଠକ ବି କରିପାରିବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି।
from Kanak News https://ift.tt/35AFE96 https://ift.tt/3bA1Zr6
Reviewed by SUBHENDU BARAL
on
January 12, 2021
Rating:
No comments: