କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ Kanak News

କନକ ବ୍ୟୁରୋ : କଟକରୁ ବ୍ରାଉନ ସୁଗାର ଜବତ । ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର । ଘଟଣାରେ ୫ଜଣଙ୍କୁ ଗିରଫ କରିଛି ବିଡ଼ାନାସୀ ଥାନା ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୦ଲକ୍ଷରୁ ଅଧିକ ହୋଇଥିବା ସୂଚନା ରହିଛି । ବ୍ରାଉନ ସୁଗାର କାରବାର ନେଇ ପୋଲିସକୁ ଖବର ମିଳିବା ପରେ ଚଢ଼ାଉ କରିଥିଲା ପୋଲିସ । ବ୍ରାଉନ ସୁଗାର ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଦେଉଳସାହି ଦେବୀଘର ପଛପଟେ ବ୍ରାଉନସୁଗାର କାରବାର ଗଲା କିଛି ମାସ ହେବ ଚାଲିଆସିଥିବା ସଂପର୍କରେ ପୁଲିସ ଖବର ପାଇଥିଲା। ଗଲା ସୋମବାର ସକାଳ ପ୍ରାୟ ୯ଟା ବେଳେ ବ୍ରାଉନସୁଗାର ମାଫିଆ ପାଉଡର‌୍‌ ବିକ୍ରି କରିବାକୁ ଯୋଜନା କରୁଥିଲେ । ଏହି ସମୟରେ ବିଡାନାସୀ ଥାନା ପୁଲିସ ଚଢ଼ଉ କରି ୫ ଜଣ ବ୍ରାଉନସୁଗାର ମାଫିଆ ବିଡାନାସୀ ହନୁମାନ ମନ୍ଦିର ଅଞ୍ଚଳର ଦେବାଶିଷ ବିଶ୍ବାଳ ଓରଫ ପୁଅ, ରଘୁନାଥ ଜିଉ କଲେଜ ନିକଟରେ ରହୁଥିବା ବିଶ୍ବରଞ୍ଜନ ସ୍ବାଇଁ ଓରଫ ସୁକୁନ, ଲାଲବାଗ ଖ୍ରୀଷ୍ଟିଆନ୍‌ ସାହିର ଶ୍ରୀରାଜ ପାତ୍ର ଓରଫ ବାବୁ, ମାଲଗୋଦାମ ଯୋବ୍ରା ଅଞ୍ଚଳର ମନୋଜ କୁମାର ଦାସ ଓ ନୟାଗଡ଼ ସୁନାଖଳାର ସୁମନ୍ତ କୁମାର ମାଝିକୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ମୋଟ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ କରିଥିବା ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିଓ୍ୱାରୀ ସୂଚନା ଦେଇଛନ୍ତି।



from Kanak News https://ift.tt/2LM9X5C https://ift.tt/2LFsqkp
କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ Kanak News କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ Kanak News Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.