ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲା : ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ  ଲୋକାୟୁକ୍ତ Kanak News

କନକ ବ୍ୟୁରୋ : ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲାରେ ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ  ଲୋକାୟୁକ୍ତ । ଜଣେ ଏସପି କିମ୍ବା ଆଡିସିନାଲ ଏସପି ସ୍ତରର ଅଫିସର ଏହି ତଦନ୍ତ କରିବେ । ୨୧.୯୯ କୋଟି ଟଙ୍କାର ନଦୀ ବନ୍ଧରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଦୁର୍ନୀତିକୁ ଚାପିବା ପାଇଁ ବନ୍ଧକୁ ଡିନାମାଇଟରେ ଭଙ୍ଗାଯିବା ଅଭିଯୋଗ ମଧ୍ୟ ହୋଇଥିଲା ।

ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ-୫ରେ ଗୋକର୍ଣ୍ଣେଶ୍ବରରୁ ମଝିପଡ଼ା ରାସ୍ତାର କେଲୁଅ ନଦୀବନ୍ଧ ନିର୍ମାଣ ପୂର୍ବରୁ ଜଳସଂପଦ ବିଭାଗ ଅଧୀନରେ ରହିଥିଲା। ପରବର୍ତୀ ସମୟରେ ଏହା ପୂର୍ତ ବିଭାଗ ଅଧୀନକୁ ଆସିଥିଲା। ନଦୀବନ୍ଧ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ନଜରକୁ ଆସିଥିଲା। ଏଥିରେ ସ୍ଥାନୀୟ ବିଧାୟକ ଓ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କଠାରୁ ମୋଟା ଅଙ୍କର ଅର୍ଥ ନେବା ଯୋଗୁଁ ବାଧ୍ୟ ହୋଇ ଠିକାଦାର ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରା ଏହି ନିମ୍ନମାନର କାର୍ଯ୍ୟକୁ ଲୁଚାଇବା ପାଇଁ ଗତବର୍ଷ ବନ୍ୟା ସମୟରେ ଡିନାମାଇଟ୍‌ ଲଗାଇ ନଦୀବନ୍ଧକୁ ଉଡ଼ାଇ ଦିଆଯାଇଥିଲା। ଫଳରେ ନଦୀରେ ୩ଶହ ଫୁଟର ଏକ ଘାଇ ହେବା ସହିତ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା।

ଏହି ଘଟଣାରେ ଜାରକା ଜଳସେଚନ ଉପଖଣ୍ଡର ଉପ-ନିର୍ବାହୀ ଇଞ୍ଜିନିୟର ଯାଜପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଶ୍ରୀ ବେହୁରାଙ୍କ ପିଟିସନ୍ ଆଧାରରେ ଲୋକାୟୁକ୍ତ ମାମଲାକୁ ଗ୍ରହଣ କରିବା ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ଜିଲ୍ଲପାଳ, ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଜାରକା ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ନୋଟିସ୍ କରିଥିଲେ। ୬ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବା ଲାଗି କୁହାଯାଇଥିଲା। ନୋଟିସ୍ ହୋଇଥିବା ବ୍ୟକ୍ତିମାନେ ଏହାର ଉତ୍ତର ରଖିବା ସହିତ କୌଣସି ନିମ୍ନମାନର କାର୍ଯ୍ୟ ହୋଇ ନ ଥିବା ଦର୍ଶାଇଥିଲେ।



from Kanak News https://ift.tt/3bjLlMs https://ift.tt/3bnNAy7
ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲା : ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ  ଲୋକାୟୁକ୍ତ Kanak News ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲା : ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ  ଲୋକାୟୁକ୍ତ Kanak News Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.