ରାତିରେ କୋଲାବ ନଦୀର ପାଣିରେ ଜୟପୁରରେ ଭାଙ୍ଗିଲା କେନାଲ ବନ୍ଧ : ଚାଷ ଜମିରେ ମାଡିଲା ପାଣି; ଫସଲ ଅମଳବେଳେ ପାଣି ପଶିବାକୁ ନେଇ ଚିନ୍ତାରେ ଚାଷୀ Kanak News

କନକ ବ୍ୟୁରୋ : ଜୟପୁରରେ ଗତକାଲି ରାତିରେ ହଠାତ୍ କେନାଲରେ ମାଡି ଆସିଲା କୋଲାବ ଡ୍ୟାମର ପାଣି । ଭାଙ୍ଗିଗଲା କେନାଲ ବନ୍ଧ । ଫଳରେ ବ୍ୟାପକ ଅଂଚଳରେ ଚାଷ ଜମିରେ ପାଣି ପଶି ଯାଇଛି । ଏପରିକି ଗାଁ ଭିତରକୁ ମଧ୍ୟ ପାଣି ପଶି ଯିବା ପରେ ଚିନ୍ତାରେ ପଡିଛନ୍ତି ଗ୍ରାମବାସୀ । କୋଲାବ ଡ୍ୟାମରୁ ଚାଷ ପାଇଁ ପାଣି ଛଡା ଯାଇଥାଏ । ତେବେ ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡିଆସିବା ପରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରେ ଜୟପୁର ବିଧାୟକ , ପୋଲିସ ତଥା ବିଭାଗୀୟ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।



from Kanak News https://ift.tt/2LdraVG https://ift.tt/3hXumRi
ରାତିରେ କୋଲାବ ନଦୀର ପାଣିରେ ଜୟପୁରରେ ଭାଙ୍ଗିଲା କେନାଲ ବନ୍ଧ : ଚାଷ ଜମିରେ ମାଡିଲା ପାଣି; ଫସଲ ଅମଳବେଳେ ପାଣି ପଶିବାକୁ ନେଇ ଚିନ୍ତାରେ ଚାଷୀ Kanak News ରାତିରେ କୋଲାବ ନଦୀର ପାଣିରେ ଜୟପୁରରେ ଭାଙ୍ଗିଲା କେନାଲ ବନ୍ଧ : ଚାଷ ଜମିରେ ମାଡିଲା ପାଣି; ଫସଲ ଅମଳବେଳେ ପାଣି ପଶିବାକୁ ନେଇ ଚିନ୍ତାରେ ଚାଷୀ Kanak News Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.