ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା Kanak News

କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ଆସ୍ଥା ଓ ଧର୍ମୀୟ ବିଶ୍ୱାସର ଦିନ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍ଥିତ ଅଟ୍ରି ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଣୁ ପବିତ୍ର ମକର ସଂକ୍ରାନ୍ତିରେ ମହାଦେବ ହଟେକଶ୍ୱରଙ୍କୁ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ ।

ତେବେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହାର ସ୍ୱତନ୍ତ୍ର ଆକର୍ଷଣ କରିଛି । ବିଶ୍ୱାସ ଓ ପରମ୍ପରାର ଫେଣ୍ଟାଫେଣ୍ଟିି ରୂପ ଦେଖିବାକୁ ମିଳେ ଅଟ୍ରି ସ୍ଥିତ ଶ୍ରୀଶ୍ରୀ ଏକାଦଶ ରୁଦ୍ର ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମ ପ୍ରସ୍ରବଣରେ। ସନ୍ତାନ ଆଶାୟୀ ମହିଳାମନେ ଅଟି ଉଷ୍ମ ପ୍ରସ୍ରବଣରେ ସ୍ନାନ କରି ଗୁଆ ପାଇବା ପରେ ହଟକେଶ୍ୱର ମନ୍ଦିର ଯାଇ ଏକାଦଶ ରୁଦ୍ରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରନ୍ତି । ଏହା ପରେ ସେମାନଙ୍କର ମାନସିକ ପୂରଣ ହେଉଥିବାର କଥା ବିଶ୍ୱାସ ରହିଛି। ଆଉ ଏଥିପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତିର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଅଟ୍ରିି ଉଷ୍ମ ପ୍ରସ୍ରବଣ ନିକଟରେ ପ୍ରସ୍ତୁତ ମାନସିକ କୁଣ୍ଡରେ ସନ୍ତାନ ଆଶାୟୀ ମହିଳାମାନେ ପଙ୍କ କାଦୁଅ ଭିତରୁ ମାନସିକ ଗୁଆ ଖୋଜିଥାନ୍ତି ।



from Kanak News https://ift.tt/39tFEJo https://ift.tt/3bBHHxy
ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା Kanak News ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା Kanak News Reviewed by SUBHENDU BARAL on January 13, 2021 Rating: 5

No comments:

Powered by Blogger.