ଓଡ଼ିଶା କାର୍‌ ବଜାରକୁ ଆଗକୁ ବଢ଼ାଉଛି ଏସ୍‌ୟୁଭି : ଡକ୍ଟର ଅବିନାଶ ସାମଲଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ Kanak News

କୋଭିଡ୍‌ ମହାମାରୀ ପରବର୍ତୀ ସମୟରେ ରାଜ୍ୟ ଗାଡ଼ି ବଜାରରେ ଦେଖାଦେଇଥିବା ସୁଧାର, ଗ୍ରାହକଙ୍କ ଭାବନା ଓ ପସନ୍ଦ ଆଦି ବିଷୟରେ ଏମ୍ପ୍ରେଓ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଡକ୍ଟର ଅବିନାଶ ସାମଲ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ।

ମହାମାରୀ ପରେ ସୋ’ରୁମ୍‌କୁ ଆସୁଥିବା ଗ୍ରାହକଙ୍କ ମନରେ କ’ଣ ଭାବନା ରହୁଛି?
ଆମେ ଜାଣିଛୁ ‌ଯେ ଗ୍ରାହକମାନେ ସାମାଜିକ ଦୂରତ୍ବକୁ ନେଇ ଚିନ୍ତିତ ରହୁଛନ୍ତି। କରମର୍ଦ୍ଦନ ଅଭିନନ୍ଦନ ଶୈଳୀ ଏବେ ଅଲୋଡ଼ା। ତେବେ ଗ୍ରାହକମାନଙ୍କ ମନରେ ରହୁଥିବା ନକାରାତ୍ମକ ଭାବନା ଅନେକାଂଶରେ ଦୂର ହୋଇଛି। ନିଜ ପସନ୍ଦର ବିଳାସପୂର୍ଣ୍ଣ ଗାଡ଼ି କିଣିବା ଲାଗି ସେମାନେ ସକାରାତ୍ମକ ଭାବନା ନେଇ ଆସୁଛନ୍ତି।

ଉତ୍ସବ ସମୟରେ ବିକ୍ରି କିଭଳି ଥିଲା?
ଗତବର୍ଷ ତୁଳନାରେ ବହୁତ ଭଲ କାରବାର ହୋଇଛି। ଗ୍ରାହକଙ୍କ ବୁକିଙ୍ଗ୍‌ ଓ ଅନୁସନ୍ଧାନ ବିଚାରକୁ ନେଲେ ଏହି ଧାରା ଚତୁର୍ଥ ତ୍ରୟମାସ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି। ନଭେମ୍ବର-ଜାନୁଆରି ସମୟରେ ବିବାହ ଋତୁ ଏବଂ ସୁଧ ହାର କମ୍ ହେବାର ସମ୍ଭାବନା ଥିବାରୁ କଂପାନିଗୁଡ଼ିକ ପାଇଁ ସ୍ଥିତି ଭଲ ରହିବ।

କାର୍‌ ଦାମ୍‌ରେ ହେଉଥିବା ବୃଦ୍ଧି ଚାହିଦାକୁ ପ୍ରଭାବିକ କରିବ କି?
ପ୍ରତିବର୍ଷ ଜାନୁଆରିରେ ଗାଡ଼ି ଦାମ୍ ବଢ଼ିବା ଏକ ଧାରାରେ ପରିଣତ ହୋଇଗଲାଣି। ଗ୍ରାହକଙ୍କ ଉପରେ ଏହାର ସେଭଳି କିଛି ବଡ଼ ଧରଣର ପ୍ରଭାବ ଆମେ ଦେଖୁନାହୁଁ।

ଓଡ଼ିଶାରେ କେଉଁ ଧରଣର ଗାଡ଼ି ଅଧିକ ଲୋକପ୍ରିୟ?
ଓଡ଼ିଶା ବାସ୍ତବରେ ଏସ୍‌ୟୁଭି ଦ୍ବାରା ଆଗକୁ ବଢ଼ୁଥିବା ଏକ ବଜାର। ନିଜ ଗାଡ଼ିରେ ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବା ଲାଗି ଲୋକମାନେ ଭଲ ପାଉଛନ୍ତି।

ଗ୍ରାହକମାନେ ଏକ ଗାଡ଼ିରେ କ’ଣ ଚାହୁଛନ୍ତି? ଷ୍ଟାଇଲ୍‌, ସୁବିଧା ସ‌ୁଯୋଗ ନା ସୁଲଭ ମୂଲ୍ୟ?
ନୂଆ କାର୍‌ କିଣିବା ବେଳେ ଭାରତୀୟ ଗ୍ରାହକମାନେ ମାଇଲେଜ୍‌କୁ ଅଧିକ ଗୁରୁତ୍ବ ଦିଅନ୍ତି। ଏବେ ଲୋକମାନେ ସୁଲଭ ମୂଲ୍ୟ ସହିତ ସୁବିଧା ସୁଯୋଗ ମଧ୍ୟ ଖୋଜୁଛନ୍ତି, ବିଶେଷ କରି ସେହି ସବୁ ସୁବିଧା ଯାହା ସହ ସ୍ମାର୍ଟଫୋନ୍‌କୁ ଯୋଡ଼ିହେବ।

କେଉଁ ଧରଣର ଇଞ୍ଜିନକୁ ଗ୍ରାହକମାନେ ପସନ୍ଦ କରୁଛନ୍ତି?
ଗ୍ରାହକମାନେ ୨ ଲିଟର ବିଶିଷ୍ଟ ଇଞ୍ଜିନକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ଏହା ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଅଧିକ ଶକ୍ତି ପ୍ରଦାନ କରିଥାଏ।

ଅନ୍ୟ ଗାଡ଼ି ତୁଳନାରେ କାର୍‌ ଓ ଟ୍ରାକ୍ଟର ବିକ୍ରି କାହିଁକି ବଢ଼ୁଛି?
ଲକ୍‌ଡାଉନ୍ ସମୟରେ ଅଟକି ରହିଥିବା ବରାଦଗୁଡ଼ିକୁ ପୁଣି ଥରେ କାର୍ଯ୍ୟକାରୀ କରି ଅନେକ ଶିଳ୍ପସଂସ୍ଥା ଏବଂ କର୍ପୋରେଟ୍ ସେମାନଙ୍କ କ୍ଷତି ଭରଣା କରିପାରିଛନ୍ତି। ସବୁ କ୍ଷେତ୍ରରେ ଦେଖାଦେଇଥିବା ସୁଧାର କାର୍‌ ବିକ୍ରି ବଢ଼ାଇବ‌ାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି।

ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଅଭିନବ ଚିନ୍ତାଧାରା ଏବଂ ସମ୍ପୂର୍ଣ୍ଣ ଅଲଗା ପ୍ରକାରର ଭାବନା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ପରିଚୟ ଦେଇଥାଏ। ସର୍ବାଧିକ ପ୍ରସାରିତ ଓଡ଼ିଆ‌ ସମ୍ବାଦପତ୍ର ସମ୍ବାଦର ଏହି ଅଭିନବ ଚିନ୍ତାଧାରାରେ ସେହି ଭିନ୍ନତା ଦେଖିବାକୁ ମିଳୁଛି। କୋଭିଡ୍-୧୯ ମହାମାରୀ ସମୟରେ ଏହି ଅଭିଯାନ ସଫଳ ବ୍ୟବସାୟୀଙ୍କୁ ଏକଜୁଟ କରି ଓଡ଼ିଶାକୁ ଦୁନିଆର ଅନ୍ୟ ପ୍ରାନ୍ତ ସହ ଯୋଡ଼ୁଛି।



from Kanak News https://ift.tt/3nFWdXH https://ift.tt/35tEvQL
ଓଡ଼ିଶା କାର୍‌ ବଜାରକୁ ଆଗକୁ ବଢ଼ାଉଛି ଏସ୍‌ୟୁଭି : ଡକ୍ଟର ଅବିନାଶ ସାମଲଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ Kanak News ଓଡ଼ିଶା କାର୍‌ ବଜାରକୁ ଆଗକୁ ବଢ଼ାଉଛି ଏସ୍‌ୟୁଭି : ଡକ୍ଟର ଅବିନାଶ ସାମଲଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ Kanak News Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.