ନୀତିଶ କୁମାରଙ୍କୁ କଂଗ୍ରେସର ଟାର୍ଗେଟ, ‘ମୁଖ୍ୟମନ୍ତ୍ରୀଙ୍କ ହାତରେ ଏବେ ଆଉ କିଛି ନାହିଁ, ରାଜ୍ୟରେ ଚାଲିଛି ମହାଜଙ୍ଗଲରାଜ୍ ’

ପାଟନା ୧୪।୦୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣି ଥରେ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଟାର୍ଗେଟ କରିଛି । ପ୍ରଦେଶରେ ଅପରାଧ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ୍‌ ହୋଇ ବସିରହିଛନ୍ତି ବୋଲି କହିଛି କଂଗ୍ରେସ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ହାତ ଏବେ ଆଉ କିଛି ନାହିଁ ବୋଲି ମଧ୍ୟ କହିଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା ।

ପ୍ରଦେଶ କଂଗ୍ରେସର ପ୍ରବକ୍ତା ରାଜେଶ ରାଠୋଡ଼ କହିଛନ୍ତି ଯେ, ବିହାରରେ ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହାତର କିଛି ନାହିଁ । ନୀତିଶ କୁମାରଙ୍କ କାର୍ଯ୍ୟକାଳରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପିରିକି ପ୍ରଦେଶବାସୀ ନିଜକୁ ଅଣନିଶ୍ୱାସୀ ଭାବୁଛନ୍ତି । ରାଜ୍ୟରେ ଦିନକୁ ଦିନ ଅପରାଧୀକ କାର୍ଯ୍ୟକଳାପ ବଢିଚାଲିଛି। କିନ୍ତୁ ଏଠି ପ୍ରଶାସନ ଚୁପ୍‌ ହୋଇ ବସିରହିଛି । ପରିସ୍ଥିତିକୁ ସୁଧାରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ, କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ ନିରବ ପାଲଟିଛନ୍ତି ।

ମୁଖ୍ୟମନ୍ତ୍ରୀ କେବଳ ବୈଠକ ପରେ ବୈଠକ କରୁଛନ୍ତି । କିନ୍ତୁ ଏହାର କିଛି ଫାଇଦା ମିଳୁନାହିଁ । ବିଜେପି ଓ ଜେଡିୟୁ ନିର୍ବାଚନ ବିଜୟ ପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିବା ପରିବର୍ତ୍ତେ ରାଜଭୋଗ କରିବାରେ ବ୍ୟସ୍ତ ରହିଛନ୍ତି । ଯେଉଁଥିଲାଗି ପ୍ରଦେଶର ସାଧାରଣଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଲୁଟ୍‌-ହତ୍ୟା ଘଟଣା ବଢିବାରେ ଲାଗିଛି । ଦେଖିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ହାତ ଆଉ କିଛି ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି ।

ସେହିପରି ବିହାରରେ ବଢୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନେଇ କଂଗ୍ରେସ ଚୁପ୍‌ ବସିବନାହିଁ । ଯଦି ପରିସ୍ଥିତି ଏପରି ରହେ, ତେବେ ଆଗାମୀ ଦିନରେ ଏହାର ଜୋରଦାର ଆନ୍ଦୋଳନ କରାଯିବ । ଇଣ୍ଡିଗୋ ଏୟାରଲାଇନ୍‌ସର ରାଜ୍ୟ ମୁଖ୍ୟଙ୍କ ହତ୍ୟାକାରୀମାନେ ପଦାରେ ବୁଲୁଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯାଉ । ନଚେତ୍‌ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ । ଜଙ୍ଗଲ ରାଜ୍‌ର କଥା ନୀତିଶ କୁମାର ନିଜେ ମହାଜଙ୍ଗଲ ରାଜ୍‌ ର ମହାରାଜ ହୋଇ ବିହାରରେ ଗୋବର ରାଜ୍‌ ଆଡ଼କୁ ଅଗ୍ରସର କରି ଗୋବାର ଗଣେଷ ଭାବେ ବସିଛନ୍ତି ।



from Prameya News7 https://ift.tt/3ifvY99
ନୀତିଶ କୁମାରଙ୍କୁ କଂଗ୍ରେସର ଟାର୍ଗେଟ, ‘ମୁଖ୍ୟମନ୍ତ୍ରୀଙ୍କ ହାତରେ ଏବେ ଆଉ କିଛି ନାହିଁ, ରାଜ୍ୟରେ ଚାଲିଛି ମହାଜଙ୍ଗଲରାଜ୍ ’ ନୀତିଶ କୁମାରଙ୍କୁ କଂଗ୍ରେସର ଟାର୍ଗେଟ, ‘ମୁଖ୍ୟମନ୍ତ୍ରୀଙ୍କ ହାତରେ ଏବେ ଆଉ କିଛି ନାହିଁ, ରାଜ୍ୟରେ ଚାଲିଛି ମହାଜଙ୍ଗଲରାଜ୍ ’ Reviewed by SUBHENDU BARAL on January 13, 2021 Rating: 5

No comments:

Powered by Blogger.