ପ୍ରିନ୍ସପାଲ୍‌ଙ୍କୁ କଲ୍ ଗାର୍ଲ ଭାବି ବାରମ୍ୱାର ଫୋନ୍ କରୁଥିଲେ ଯୁବକ, ଏବେ ବାନ୍ଧି ନେଲା ପୋଲିସ୍

ମୁମ୍ୱାଇ, ୧୩/୦୧: ମହାରାଷ୍ଟ୍ରର ୱାଡାଲା ପୋଲିସ୍‌ ଜଣେ ୩୫ ବର୍ଷୀୟ ପ୍ରନ୍ସିପାଲ୍‌ଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ସ୍ୱର ବଦଳାଇ ତାଙ୍କୁ ବାରମ୍ୱାର ଫୋନ୍‌ କରି ହଇରାଣ କରୁଥିଲେ । ଏପରିକି ତାଙ୍କ ସହିତ ଶାରିରୀକ ସଂପର୍କ ରଖିବାକୁ ମଧ୍ୟ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି

ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିବା ପରେ ସମାନଙ୍କ ତଥ୍ୟ ହାସଲ କରିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁମ୍ୱାଇର ଘନସୋଲି ଅଞ୍ଚଳର ସୁରଜ ସିଦ୍ଧାର୍ଥ କମ୍ୱାଲେ (୨୫) ହୋଇଥିବା ବେଳେ ଅନ୍ୟ ଜଣେ ସେହି ଅଞ୍ଚଳର ମନୋଜ ଲକ୍ଷ୍ମଣ ଦେବ୍ରୁଖକର (୩୧) ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ୨ଜଣ ଦୁଇ ବନ୍ଧୁ ହୋଇଥିବା ବେଳେ ସେମାନେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଛନ୍ତି । ତେବେ ଅଭିଯୋଗକାରିଣୀ  ମୁମ୍ୱାଇର ବାସିନ୍ଦା । ସେ ସେଠାକାର ଏକ କଲେଜ୍‌ରେ ପ୍ରିନ୍ସପାଲ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ପୋଲିସ୍‌ର କହିବା ମୁତାବକ , କମ୍ୱଲେ ଜୁଇନଗରର ଏକ ସୁଲଭ ଶୈଚାଳୟର କାନ୍ଥରେ ପ୍ରନ୍ସିପାଲ୍‌ଙ୍କ ନମ୍ୱର ଲେଖା ହେବା ସହିତ କଲ୍‌ ଗାର୍ଲ ବୋଲି ମଧ୍ୟ ଲେଖା ହୋଇଥିବାର ଦେଖିଥିଲା । ଏହାପରେ ସେ ଦେବ୍ରୁଖକରଙ୍କୁ ଜଣାଇଥିଲା । ଉଭୟ ମିଶି ମହିଳାଙ୍କୁ ଯୋଗାଯୋଗ କରୁଥିବା ସେମାନେ ପୋଲିସ୍‌କୁ କହିଛନ୍ତି ।  

ଡିସେମ୍ୱର ୩୦ ତାରିଖରୁ ଦୁଇ ଅଭିଯୁକ୍ତ ମହିଳାଙ୍କୁ ବାରମ୍ୱାର ଫୋନ୍ କରିବା ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ପାଖାପାଖି ଏକ ସପ୍ତାହ ଧରି ସେମାନେ ଏପରି କରି ଆସୁଥିଲେ । ମହିଳା ଜଣକ ଏନେଇ ଜାନୁଆରୀ ୭ ତାରଖରେ ଥାନାରେ ଅଭିଯୋଗ କରିଥିଲେ। ୱାଡାଲା ପୋଲିସ୍ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହିତ ସେମାନଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।



from Prameya News7 https://ift.tt/3nIkgFp
ପ୍ରିନ୍ସପାଲ୍‌ଙ୍କୁ କଲ୍ ଗାର୍ଲ ଭାବି ବାରମ୍ୱାର ଫୋନ୍ କରୁଥିଲେ ଯୁବକ, ଏବେ ବାନ୍ଧି ନେଲା ପୋଲିସ୍ ପ୍ରିନ୍ସପାଲ୍‌ଙ୍କୁ କଲ୍ ଗାର୍ଲ ଭାବି ବାରମ୍ୱାର ଫୋନ୍ କରୁଥିଲେ ଯୁବକ, ଏବେ ବାନ୍ଧି ନେଲା ପୋଲିସ୍ Reviewed by SUBHENDU BARAL on January 13, 2021 Rating: 5

No comments:

Powered by Blogger.