ମାଓ ସଂଗଠନକୁ ବଡ଼ ଝଟକା: ଆତ୍ମସମର୍ପଣ କଲେ ୧୪ ହାର୍ଡକୋର୍ ମାଓବାଦୀ

ମାଲକାନଗିରି୮/୧: ମାଓ ସଂଗଠନକୁ ବଡ଼ ଝଟକା। ମାଲକାନଗିରି ସୀମାନ୍ତ ଦାନ୍ତେଓ୍ବାଡା ଜିଲ୍ଲାର ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ ମୁଣ୍ଡରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦାନ୍ତେଓ୍ବାଡା ଏସ୍‌ପି ଅଭିଷେକ ପଲ୍ଲବ। ଅସ୍ତ୍ରତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏମାନେ ଗତକାଲି ସନ୍ଧ୍ୟା ବେଳେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି।



from Prameya News7 https://ift.tt/39fPQF0
ମାଓ ସଂଗଠନକୁ ବଡ଼ ଝଟକା: ଆତ୍ମସମର୍ପଣ କଲେ ୧୪ ହାର୍ଡକୋର୍ ମାଓବାଦୀ ମାଓ ସଂଗଠନକୁ ବଡ଼ ଝଟକା: ଆତ୍ମସମର୍ପଣ କଲେ ୧୪ ହାର୍ଡକୋର୍ ମାଓବାଦୀ Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.